କୁକୁର କାମୁଡା ରେ ଆହତ ହରିଣ ଛୁଆ ଉଦ୍ଧାର

0
300

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତ ର ଉପୁଲି ଆଲପୁର ଗ୍ରାମ ନିକଟରେ ଥିବା ଏକ ବିଲ ମଧ୍ୟରୁ ଗୋଟିଏ ହରିଣ ଛୁଆ କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।କୁକୁର କାମୁଡା ରେ ଉକ୍ତ ହରିଣ ଛୁଆ ଟି ଆହତ ହୋଇ ଥିବା ଜଣାପଡିଛି । ମଙ୍ଗଳବାର ସକାଳେ କିଛି ହରିଣ ବିଲ ମଧ୍ୟରେ ବୁଲୁଥିବା ବେଳେ ତିନୋଟି କୁକୁର ସେମାନଙ୍କୁ ଗୋଡ଼ାଇ ଥିଲେ । ହରିଣ ଗୁଡିକ ଦୌଡ଼ି ପଳେଇ ଥିବା ବେଳେ ଏକ ୭ ମାସ ର ହରିଣ ଛୁଆ କୁକୁର ହାବୁଡ଼ରେ ପଡି ଯାଇଥିଲା । କୁକୁର ତାର ବେକ, ଗୋଡ଼ କୁ କାମୁଡ଼ି ଦେବାରୁ ସେ ଆହତ ହୋଇ ଥିଲା । ଏହା ଦେଖି ସ୍ଥାନୀୟ ଲୋକେ କୁକୁର କୁ ଘଉଡାଇବା ସହ ଆହତ ହରିଣ ଛୁଆ କୁ ଉଦ୍ଧାର କରି ୱାଇଲଡ଼ ଲାଇଫ କୁ ଖବର ଦେଇଥିଲେ ।ଫରେଷ୍ଟର ଜିତେନ୍ଦ୍ର ନାୟକ ପହଞ୍ଚି ଆହତ ହରିଣ ଛୁଆ କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ପ୍ରାଣୀ ଚିକିତ୍ସାଳୟ କୁ ଆଣିଥିଲେ ।ଏଠାରେ ଚିକିତ୍ସା ପରେ ତାକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ହରିଣ ଛୁଆ ର ଗୋଡ଼ ଭାଙ୍ଗି ଯାଇଥିବା ରୁ ସେ ଚାଲିପାରୁନି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଜଙ୍ଗଲ ରେ ଛାଡ଼ି ଦିଆଯିବ ବୋଲି ଫରେଷ୍ଟର ଜିତେନ୍ଦ୍ର ନାୟକ କହିଛନ୍ତି ।କିଛି ଦିନ ତଳେ ବାକୁଟୁ ଗାଁ ନିକଟରେ ଏକ କୁଟୁରା ଛୁଆ କୁ କୁକୁର କାମୁଡି ଆହତ କରିଥିଲା । ଏହି ଅଞ୍ଚଳରେ ବ୍ୟାପକ ଭାବେ ହରିଣ ଓ କୁଟୁରା ମାନେ ଥିବା ବେଳେ ସେମାନେ ବିଚରଣ କରୁଥିବା ବେଳେ କୁକୁରର ଶିକାର ହେଉଛନ୍ତି ।ତେଣୁ ଏ ନେଇ ୱାଇଲଡ଼ ଲାଇଫ ବିଭାଗ ପଶୁପକ୍ଷୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ ହୋଇ ପଡିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here