ପଡୋଶୀଙ୍କ ଆକ୍ରମଣରେ ଅଢ଼େଇ ବର୍ଷର ଶିଶୁ ମୃତ, ବାପା ଗୁରୁତର

0
257

ପୋଲସରା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନା ଭାବରଡ଼ା ଗ୍ରାମରେ ଜୁନ ୧ ତାରିଖ ଦିନ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଭାବରଡ଼ା ଗ୍ରାମର ବୁଲୁ ସାହୁ ଓ ତାଙ୍କ ଅଢେଇ ବର୍ଷର ପୁଅ ଜଗନ୍ନାଥ ସାହୁଙ୍କୁ ପଡୋଶୀ ବୁଲୁ ସେଠୀ ଏକ ଧାରୁଆ ଅସ୍ତ୍ର କାତିରେ ଅଚାନକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଆକ୍ରମଣ ଯୋଗୁଁ ଘଟଣା ସ୍ଥଳରେ ଅଢେଇ ବର୍ଷର ପୁଅ ମୃତ୍ୟୁ ହୋଇଥିବା ବେଳେ ବାପା ବୁଲୁ ସାହୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ମେଡ଼ିକାଲ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ବୁଲୁ ସେଠୀ ମଧ୍ୟ ଆହାତ ଥିବା ଯୋଗୁଁ ତାଙ୍କୁ ମଧ୍ୟ ବ୍ରହ୍ମପୁର ବଡ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ହତ୍ୟା କାଣ୍ଡରେ ବ୍ୟବହୃତ ମରଣାସ୍ତ୍ର ଓ ମୃତ୍ୟୁ ଶିଶୁଙ୍କ ଶବକୁ ପୋଲିସ ଜବତ କରି ପୋଲସରା ଥାନା କେଶ ନଂ ୧୭୫/୨୧ ତା ୦୧/୬/୨୧ ପ୍ରକାରେ ଏକ ମାମଲା ରୁଜୁ କରିଛନ୍ତି। ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here