ସାଥି ଶିବରାମଙ୍କୁ ବୈପ୍ଲବିକ ଶ୍ରଦ୍ଧାଞ୍ଜଳି

0
377

ଛତ୍ରପୁର: ବିଭିନ୍ନ ଗଣସଂଗଠନର ଲଢୁଆ ସାଥି ତଥା ସିପିଆଇ(ଏମ. ଏଲ)ରେଡଷ୍ଟାର ର ଓଡିଶା ରାଜ୍ୟ କମିଟି ସମ୍ପାଦକ କମ୍ରେଡ ଶିବରାମଙ୍କ ଉଧେଶ୍ୟରେ ଆଜି ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ମାଟିଖlଲ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଯାଇଛି l ଦୀର୍ଘ ଦିନ ଧରି କରୋନା ସଂକ୍ରମଣରେ ରହି ଗତ 28ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ସାଥି ଗୁରୁଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ସ୍ମୃତି ସଭାରେ ସାଥି ଉଦୟ ପ୍ରଧାନ କମ୍ରେଡ ଶିବରାମଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଉପଦେଷ୍ଟା ଆଇନଜୀବୀ ଅବନୀ ଗୟା କମ୍ରେଡ ଶିବରାମଙ୍କ ସଂଗ୍ରାମମୟ ଜୀବନରେ ବୈପ୍ଲବିକ ଆଦର୍ଶ ପ୍ରତି ଥିବା ତାଙ୍କ ବଳିଷ୍ଠ ଅବଦାନକୁ ଆଲୋଚନା କରିଥିଲେ l ବସ୍ତି ସୁରକ୍ଷା ଆନ୍ଦୋଳନଠୁ ଆରମ୍ଭକରି ନିୟମଗିରି ସୁରକ୍ଷା ଆନ୍ଦୋଳନ, ସ୍ଥାନୀୟ ଅଂଚଳରେ IREL ର ମୋନIଜIଇଟ ପ୍ଲାଣ୍ଟ ବିରୋଧୀ ଆନ୍ଦୋଳନ ଓ ଷ୍ଟିଲ ପ୍ଲାଣ୍ଟ ନାଁରେ ଟାଟା କମ୍ପାନୀ ର ଜବରଦସ୍ତ ଜମିଦଖଲ ବିରୁଦ୍ଧରେ ଅଂଚଳବାସୀଙ୍କ ଆନ୍ଦୋଳନ ଓ ମାଟିଖIଲ ଗ୍ରାମବାସୀଙ୍କ ଜମି ଜଙ୍ଗଲ ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନ ପର୍ଯ୍ୟନ୍ତ ଲଢେଇରେ ସାମିଲ ରହି ଗଣଶକ୍ତିକୁ ମଜବୁତ କରିବାପାଇଁ ସେ ଅହରହ ଚେଷ୍ଟା କରିଛନ୍ତି I ତାଙ୍କ ଏହି ବଳିଷ୍ଠ ଅବଦାନକୁ କଦାପି ଭୁଲିହେବ ନାହିଁ I ସବୁଦିନ ପାଇଁ ସ୍ଥାନୀୟ ଅଂଚଳରେ ସେ ଏକ ଆଦର୍ଶଗତ ଲଢେଇର ଚିହ୍ନ ଛାଡି ଚାଲିଯାଇଛନ୍ତି I ଆଜିର ଏହି ସ୍ମୃତି ସଭାରେ ସ୍ଥାନୀୟ ଅଂଚଳବାସିଙ୍କ ମଧ୍ୟରେ ବନ୍ଧୁ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ଦେବରାଜ ପ୍ରଧାନ, ଇନ୍ଦୁ ପ୍ରଧାନ, ଚଞ୍ଚଳI ପ୍ରଧାନ, ଅଧିକାରୀ ପ୍ରଧାନ, ଝୁନା ପ୍ରଧାନ ପ୍ରମୁଖ ବହୁ ବ୍ୟକ୍ତି ସାଥି ଶିବରାମଙ୍କୁ ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I

LEAVE A REPLY

Please enter your comment!
Please enter your name here