କୀଟନାଶକ ପିଇ ବିବାହ ପୂର୍ବରୁ ଆତ୍ମହତ୍ୟା କଲା କନ୍ୟା

0
881

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ମାଙ୍ଗଳିକ କାର୍ଯ୍ୟକୁ ନେଇ କନ୍ୟାଘର ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଖୁସିର ବାତାବରଣ ଲାଗି ରହିଥିଲା।ଆଜି ହୋଇଥାନ୍ତା ବାହାଘର, ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ମଧ୍ୟ ସରିଥିଲା। ଆଉ ଏଭଳି ସମୟରେ ଝିଅର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଭଞ୍ଜନଗର ଥାନା ତୁରୁମୁ ଗ୍ରାମ ରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଗ୍ରାମର ବଡଦାଣ୍ଡ ସାହିର ମଙ୍ଗୁଳୁ ନାୟକଙ୍କ ଝିଅ ସନ୍ତୋସିନୀ (୨୦)ର ବିବାହ ନିକଟସ୍ଥ ତାରସିଙ୍ଗି ଥାନା ଗାଡ଼ିଆପଡ଼ା ଗ୍ରାମରେ ଠିକ ହୋଇଥିଲା। ଆଜି ଅପରାହ୍ନରେ ଝିଅ ବିଦାୟ ହୋଇଥାନ୍ତା। ଏଥି ନିମନ୍ତେ ଉଭୟ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଗତକାଲି ରାତିରେ ମଙ୍ଗୁଳୁ କୋଭିଡ଼ କଟକଣାକୁ ପାଳନ କରି ଗ୍ରାମରେ ଭୋଜିର ଆୟୋଜନ କରିଥିଲେ।ପରିବାର ଲୋକେ ମଧ୍ୟ ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳୁ ସନ୍ତୋସିନୀ ନିତ୍ୟକର୍ମ ସାରି ହାଠାତ୍ ଅସୁସ୍ଥ ହୋଇ ପଡିଥିଲା। ଘର ଲୋକେ ବାରମ୍ବାର ପଚାରିବାରୁ ସେ କୀଟ ନାଶକ ଔଷଧ ଖାଇ ଦେଇଥିବା କହିବା ପରେ ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ କୁ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here