ବରିଷ୍ଠ କଳାକାର ସଂଘର ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
262

ବ୍ରହ୍ମପୁର: କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସ୍ଥାନୀୟ ବାଲାଜୀ ପେଣ୍ଠ ଗୌଡ଼ ସାହି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ‘ସହଭାଗିତା’ କାର୍ଯ୍ୟକ୍ରମ କରୋନା କଟକଣାର ସମସ୍ତ ନିୟମ ପାଳନ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତିନିଧି ଭାବେ ନଗର ବିଜେଡ଼ି ସଭାପତି ଅଜିତ୍ କୁମାର ପଣ୍ଡା ଯୋଗଦେଇ କଳାକାରଙ୍କ ହିତ ନିମନ୍ତେ ବିଧାୟକ ପଣ୍ଡା ସଦା ପ୍ରସ୍ତୁତ ଥିବା ଉଲ୍ଲେଖ ସହ କଳାକାର ସମାଜର ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ସଂଘର କାର୍ଯ୍ୟଧାରା ଭିତରେ ଆଜି କଳାକାରମାନେ ସଂଘ ସେମାନଙ୍କ ସହ ରହିଥିବା ହୃଦବୋଧ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସଂଘ ତରଫରୁ ପଚିଶ କିଲୋ ଚାଉଳ ସହ ବିସ୍କୁଟ ଆଦି କିଛି ରାସନ୍ ସାମଗ୍ରୀ ଶ୍ରୀଯୁକ୍ତ ପଣ୍ଡା ସର୍ବଶ୍ରୀ ସନିଆ ବେହେରା, ସାହେବ୍ ସାହୁ, ବିଜୁଳି ଦାସ, ଭଗବାନ ପାତ୍ର, ରମେଶ ଚନ୍ଦ୍ର ଗନ୍ତାୟତ, ଶତୃଘ୍ନ ସାହୁ, ନରସିଂହ ଜେନା, ଏସ୍. ଦୁର୍ଯ୍ୟୋଧନ ପ୍ରଧାନ, ତେଜରାଜ ପ୍ରଧାନ, କାଶୀନାଥ ମହାରଣା, ଚନ୍ଦ୍ରଧ୍ୱଜ୍ ପଣ୍ଡା, ବଳରାମ ମହାପାତ୍ର, ଲକ୍ଷ୍ମୀ ନାରାୟଣ ଦଳେଇ, ଅଭିମନ୍ୟୁ ବେହେରା, ଜି. ସୁବାସ, କେ. ଗୋବିନ୍ଦ, ବି. ହେମନ୍ତ, ଗୋବର୍ଦ୍ଧନ ସାହୁ, କୁନୁ ବେହେରା, ମିନତୀ ପାଢ଼ୀ, ସରୋଜିନୀ ପାଣି, ଯଶୋଦା ବେହେରା ପ୍ରମୁଖ ସଂଘର ବହୁ ଦୁଃସ୍ଥ୍ କଳାକାର ସଦସ୍ୟ -ସଦସ୍ୟା ମାନଙ୍କୁ ପ୍ରଦାନ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ ସହଭାଗିତା କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କିଶୋର କପୂର୍, ନୀଳମାଧବ ଜେନା, ମହେନ୍ଦ୍ର କୁମାର ସାହୁ, ନୀଳାମ୍ବର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲା ବେଳେ କୋଷାଧ୍ୟକ୍ଷ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here