ବେଲଗୁଣ୍ଠା ବ୍ଳକ୍ ରେ ସାମୁହିକ ଗୋଶାଳା କର୍ମଶାଳା:ନିର୍ମାଣ ଶୈଳୀ ହେବ ଜିଲ୍ଲାରେ ରୋଲ୍ ମଡେଲ

0
230

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଳକ୍ ରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଥିବା ବେଳେ ସାମୁହିକ ଗୋଶାଳା ନିର୍ମାଣରେ ଜିଲ୍ଲାରେ ପ୍ରଥମ ବ୍ଳକ୍ ହେବ ବୋଲି ସୂଚନା ମିଳିଛି ଏବଂ ଏହି ବ୍ଳକ୍ ରେ ହେବାକୁ ଥିବା ଏହି କାର୍ଯ୍ୟ ସାରା ଜିଲ୍ଲା ପାଇଁ ରୋଲ୍ ମଡେଲ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ବେଲଗୁଣ୍ଠା ବ୍ଳକ୍ ନେଟେଙ୍ଗା ପଞ୍ଚାୟତ ଗୋବିନ୍ଦ ପୁର ଠାରେ ହୋଇଥିବା ସାମୁହିକ ଗୋସାଲା ନିର୍ମାଣ କର୍ମଶାଳାରେ ଯୋଗ ଦେଇ ଗଞ୍ଜାମ ଜିଲ୍ଲାପାଳ ଏକଥା କହିଛନ୍ତି ।ବେଲଗୁଣ୍ଠା ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ରଙ୍କ ପୃଷ୍ଠପୋଷକତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ମୁଖ୍ୟ ଅତିଥି ଭାବରେ ଯୋଗ ଦୋଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ପ୍ରମୁଖ ଯୋଗ ଦେଇଥିଲେ ।ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେଉଥିବା ଏହି ପ୍ରକଳ୍ପ ଗଞ୍ଜାମ ଜିଲ୍ଲାରେ ପ୍ରଥମ ପ୍ରକଳ୍ପ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଏହି ମଡେଲ ରେ ଅନ୍ୟ ବ୍ଳକ୍ ରେ ସାମୁହିକ ଗୋଶାଳା ନିର୍ମାଣ କରାଯିବ ବୋଲି କହିଥିଲେ ।ଏଥି ସହିତ ଯେଉଁ ଗୋପାଳକ ମାନଙ୍କ ପାଖରେ ଗାଇ ରଖିବା ପାଇଁ ଯାଗା ନାହିଁ ସେମାନଙ୍କୁ ପ୍ରଧାନ୍ୟ ଦେବା ସହିତ ୫୨ ଜଣ କୃଷକ ଏଥିରେ ଉପକୃତ ହେବେ ବୋଲି ଜଣାପଡିଛି ।ଏକାଥରକେ ଏଠାରେ ୧୦୪ ଗାଈ ରହିବା ପାଇଁ ସୁବିଧା ଯୋଗାଇ ଦିଆଯିବ ଏବଂ ଏକ ସମବାୟ ସଂସ୍ଥା ମାଧ୍ୟମରେ ଗୋମୁତ୍ର,ଗୋବର ଓ କ୍ଷୀରର ସୁବିନିଯୋଗ କରାଯିବ ବୋଲି ବିଡ଼ିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।୬୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଏହି ପ୍ରକଳ୍ପର ଚାରିପାଖରେ ବିଭିନ୍ନ ପ୍ରକାର ଫଳ ବୃକ୍ଷରୋପଣ କରାଯିବା ସହିତ ଘାସ ଚାଷକୁ ମଧ୍ୟ ଗୁରତ୍ୱ ଦିଆଯିବ ବୋଲି ଜଣାପଡିଛି ।ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାର ଏକ ସଫଳ ରୁପାୟନ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ ।କର୍ମଶାଳା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପ୍ରଦାନ କରିଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ କର୍ମଚାରୀ ଏହାକୁ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ ଜଣ ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here