ବିଧାୟକ ଓ ପ୍ରଶାସକଙ୍କ ଛଅ ପାଞ୍ଚାୟତରେ କୋଭିଡ ସଚେତନତା ବୈଠକ

0
262

ବୁଗୁଡା : ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏବଂ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ଓ ସିଡିପିଓ ରଞ୍ଜିତା ତ୍ରିପାଠୀ ପ୍ରମୁଖ ପ୍ରଶାସକ ବୃନ୍ଦ ବୁଗୁଡା ବ୍ଲକର ଭାମଶ୍ୟାଳି, ବିରଞ୍ଚିପୁର, ବି.କରଡ଼ାବାଡ଼ି, ଗୋଳାବନ୍ଧ, ମାଣିତରା ଓ ଶଙ୍କୁରୁ ମୋଟ ଛଅ ଗୋଟି ଗ୍ରାମ ପଞ୍ଚାୟତରେ ମଇ ୩୧ ତାରିଖ ଦିନ କୋଭିଡ ସଚେତନତା ବୈଠକରେ ଯୋଗଦେଇଥିବା ଜଣାପଡ଼ିଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ କିପରି କୋଭିଡ ସଂକ୍ରମଣ ରୋକାଯିବ ସେହି ବିଷୟରେ ଆଲୋଚନା ହୋଇଥିଲା। କୌଣସି ପ୍ରକାର କାର୍ଯ୍ୟକ୍ରମରେ ଭୋଜିଭାତ ଆୟୋଜନ ନକରିବା ପାଇଁ ପରାମର୍ଶ ଦେବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ବୈଠକରେ ସମସ୍ତ ପାଞ୍ଚାୟତର ଲୋକ ପ୍ରତିନିଧି, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here