ଶତାୟୁ ମହିଳାଙ୍କ ପରଲୋକ

0
454

ବେଲ୍ଲଗୁଣ୍ଠା(ଶିବରାମ ଚୌଧୁରୀ)ଗଂଜାମ ଜିଲ୍ଲାର ସବୁଠୁ ବୟସ୍କ ମହିଳା ପାର୍ବତୀ ସେଠି ଙ୍କ ପରଲୋକ ହୋଇଯାଇଛି । ପାର୍ବତୀଙ୍କ ଘର ଗଂଜାମ ଜିଲ୍ଲା ବେଲ୍ଲଗୁଣ୍ଠା ବ୍ଲକ ଉଡ୍ରା ପଞ୍ଚାୟତ କୋକଲୁଣ୍ଡା ଗ୍ରାମରେ । ଆସନ୍ତା ଡିସେମ୍ବର ମାସରେ ତାଙ୍କୁ 120 ବର୍ଷ ହୋଇଥାନ୍ତା । କିନ୍ତୂ ନିଜ ବାସଭବନରେ ଗୁରୁବାର ରାତି ପ୍ରାୟ 9-30 ରେ ପ୍ରାଣ ବାୟୁ ଉଡି ଜାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ମ୍ରୂତ୍ଯୂ ବେଳକୁ ତାଙ୍କୁ 119 ବର୍ଷ ହୋଇଥିଲା । 3 ପୁଅ 1 ଝିଅ ଓ 70 ରୁ ଊର୍ଧ ନାତି ନାତୁଣୀ ଅଣି ଓ ପଣି ନାତି ନାତୁଣୀ ଊପସ୍ତିତ ଥିଲେ । 8 ବର୍ଷ ପୂର୍ବରୁ ବଡ ପୁଅ ଉଦୟ ଙ୍କ ଦେହାନ୍ତ ହୋଇଯାଇଛି । ସ୍ଵାମୀ ନଟବର ପ୍ରାୟ 25 ବର୍ଷ ପୂର୍ବେ ଆରପାରିକୁ ଚାଲି ଗଲେଣି । ତାଙ୍କ ମ୍ରୁତ ଖବର ପ୍ରଚାରିତ ହେବା ପରେ ପାର୍ବତୀଙ୍କ ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ଲୋକ ଜାଇ ରୁଣ୍ଡ କରିଥିଲେ । ପାର୍ବତୀଙ୍କ ଶବକୁ ଗ୍ରାମ ପରିକ୍ରମା କରିବା ପରେ ବୋଡ଼ା ନଦୀ ଶଯ୍ୟାରେ ଶେଷ କ୍ରୂତ୍ଯ ସମ୍ପର୍ଣ୍ଣ ହୋଇଥିଲା । ସାନ ପୁଅ ଭାସ୍କର ମୁଖାଅଗ୍ନି ଦେଇଥିବା ବେଳେ ଆଉ ଦୁଇ ପୁଅ ଚନ୍ଦ୍ର ଶେଖର ଓ ସୁବାଷ ଊପସ୍ତିତ ଥିଲେ । ତାଙ୍କ ମ୍ରୂତୂ ରେ ବେଲ୍ଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here