ରାସ୍ତା କଡ଼ରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଆମ୍ବ ଗଛକୁ ନିଆଁ ଲଗାଇଲେ ଅଜଣା ବ୍ୟକ୍ତି

0
201

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଏକ ବିରାଟକାୟ ଆମ୍ବ ଗଛ ବିପଦ ସଙ୍କୁଳ ଅବସ୍ଥାରେ ଶୁଖି ରହିଛି । ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା କଡରେ ଥିବା ବେଳେ ଚେଇଁ ଶୋଇଛି ବିଭାଗ । ଉକ୍ତ ରାସ୍ତା ଦେଇ ଦୈନଦିନ ହଜାର ହଜାର ଲୋକ ଗାଡି, ବସ୍, ଅଟୋ, କାର୍, ବାଇକ୍ ମାଧ୍ୟମରେ ଯାତାୟତ କରନ୍ତି । ଗଛଟିର ଅବସ୍ଥା ଯାହା ଯେ କୌଣସି ସମୟ ବି ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ । ଏନେଇ ବାରମ୍ବାର ବିଭାଗୀୟ ଅଧିକରଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା । ତେବେ ଆଜି ସେହି ଗଛକୁ କେହି ଜଣେ ଅଜଣା ବ୍ୟକ୍ତି ନିଆଁ ଲଗାଇଥିବା ଜଣା ପଡ଼ିଛି । ନିଆଁ ଲାଗିଥିବା ଗଛଟି ଏବେ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯଦି ଏବେ ମଧ୍ୟ ସେହି ଗଛକୁ ସେଠାରୁ କାଟି ବାହାର ନ କରାଯାଏ ତେବେ କେତେବେଳେ ବି ଦରପୋଡ଼ା ଗଛ ଯୋଗୁଁ ଅଘଟଣ ଘଟିପାରେ । ତାହା ଏଡାଇ ଦିଆଯାଇ ନ ପାରେ । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ଗଛ ପଡି କାହାର ଧନ ଜୀବନ ନଷ୍ଟ ହୁଏ ସେଥି ପାଇଁ ଦାୟୀ ରହିବ କିଏ ? ଆଉ କଣ ପାଇଁ ପଦକ୍ଷେପ ନେବାରେ ବିଳମ୍ବ ହେଉଛି ତାକୁ ନେଇ ଆଶା ଓ ଆଶଙ୍କାରେ ଅଞ୍ଚଳବାସୀ ।

LEAVE A REPLY

Please enter your comment!
Please enter your name here