ବାଣିଆ ପଞ୍ଚାୟତରେ ଜଳଛତ୍ରର ନଗ୍ନଚିତ୍ର, ହାଣ୍ଡି ନାହିଁ କି ମାଠିଆ ନାହିଁ ପ୍ରହସନ ପାଲଟିଛି ଜଳଛତ୍ର କାର୍ଯ୍ୟକ୍ରମ

0
300

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଗ୍ରୀଷ୍ମପ୍ରବାହ ଆରମ୍ଭ ରୁ ସରକାର ଙ୍କ ନିଷ୍ପତ୍ତି କ୍ରମେ ପଥଚାରିଙ୍କ ଶୋଷ ମେଣ୍ଟେଇବା ପାଇଁ ଖଲ୍ଲିକୋଟ ବ୍ଲକର ସବୁ ପଞ୍ଚାୟତରେ ଜଳଛତ୍ର ଖୋଲା ଯାଇଥିଲା । ତେବେ ପଞ୍ଚାୟତ ତରଫରୁ ଖୋଲାଯାଇଥିବା ଜଳଛତ୍ର ଗୁଡିକ ତୃଷାର୍ତ୍ତ ମାନଙ୍କ ପାଇଁ ଏକ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । କେଉଁ ପଞ୍ଚାୟତରେ ଛତ୍ର ଅଛି ଜଳ ନାହିଁ ତ ଆଉ କେଉଁ ପଞ୍ଚାୟତରେ ଜଳଛତ୍ର ଆଦୌ ଖୋଲା ଯାଇ ନାହିଁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଣିଆ ଗ୍ରାମ ପଞ୍ଚାୟତରେ । ବାଣିଆ ଗ୍ରାମ ପଞ୍ଚାୟତ ତରଫରୁ ବାଣିଆ ଗ୍ରାମର ମୁଖ୍ୟ ଛକ ନିକଟରେ ଏକ ଜଳଛତ୍ର ଖୋଲା ଯାଇଛି । ନଡ଼ିଆ ବାହୁଙ୍ଗାରେ ଚାରିପଟେ କଭର କରାଯାଇ ଉପରେ ଜଳଛତ୍ର ବୋଲି ବ୍ୟାନର ଟଙ୍ଗା ଯାଇଛି । ଭିତରେ ଏକ ଅଖାରେ ବାଲି ରଖାଯାଇଛି । କିନ୍ତୁ ସେଠାରେ ମାଠିଆ ନାହିଁ କି ଜଳ ନାହିଁ । ଏପରି ଅବସ୍ଥା ଖଲ୍ଲିକୋଟ ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତରେ ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ଖଲ୍ଲିକୋଟ ବିଡ଼ିଓ ମିତାଲି ପାତ୍ର ଙ୍କୁ ପଚାରିବାରୁ ସେ ଏ ବିଷୟରେ ତଦାରଖ କରି ଉଚିତ ପଦକ୍ଷେପ ନେବେ ବୋଲି କହିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here