ଯୁବ ସାମ୍ବାଦିକଙ୍କ ମାତୃ ବିୟୋଗ

0
336

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ର ଯୁବ ସାମ୍ବାଦିକ ପଞ୍ଚାନନ ସାହୁଙ୍କର ମାତୃ ବିୟୋଗ ଘଟିଛି I ଆଜି ସକାଳେ ପଞ୍ଚାନନଙ୍କ ମାତା ରାଜକୁମାରୀ ସାହୁ (57) ଙ୍କର ଶରୀରରେ ହଠାତ୍ ଅମ୍ଳଜାନ ସ୍ତରରୁ କମିଯାଇ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ 8 ଘଣ୍ଟା 35 ମିନିଟ୍ ସମୟରେ ରାଜକୁମାରୀଙ୍କର ମୃତ୍ୟୁ ଘଟିଥିଲା I ରାଜକୁମାରୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଦ୍ୱିତୀକୃଷ୍ଣ, ପଞ୍ଚାନନ, ବୋହୂ ସୁବାସିନୀ, ପ୍ରଭାସିନୀ,ଝିଅ ରଶ୍ମିତା ଏବଂ ସସ୍ମିତା ଉପସ୍ଥିତି ଥିଲେ I ରାଜକୁମାରୀଙ୍କ ମର ଶରୀରକୁ ନିଜ ଗ୍ରାମ ଶ୍ମଶାନରେ ସମସ୍ତ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସାନ ପୁଅ ପଞ୍ଚାନନ ମୁଖାଗ୍ନି ଦେଇଥିଲେ I ସ୍ଵର୍ଗତା ରାଜକୁମାରୀ ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଗୋବରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ରାଜକୁମାରୀଙ୍କର ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here