କାଳିମେଘି ଗ୍ରାମରେ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

0
710

ବେଗୁନିଆପଡା: କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅର ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଶେରଗଡ ଥାନ ଶେରଗଡ ଗ୍ରାମର ସୀମାଞ୍ଚଳ ସ୍ୱାଇଁଙ୍କ ଝିଅ ସନ୍ଧ୍ୟା କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମର ସ୍ବର୍ଗତ କବିରାଜ ଜେନାଙ୍କ ପୁଅ ପ୍ରଶାନ୍ତଙ୍କୁ ଗତ ୭/୫/୨୦୧୯ ରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ ଝିଅ ଘର ପକ୍ଷରୁ ସମସ୍ତ ଯୌତୁକ ଦିଆଯାଇଥିଲା କିନ୍ତୁ କିଛି ଦିନ ପରେ ଜ୍ୱାଇଁ ପ୍ରଶାନ୍ତ ଓ ତାଙ୍କ ଭାଉଜ ସହ ଶାଶୂଘର ଲୋକ ସନ୍ଧ୍ୟାକୁ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେବା ସହ ଧମକ ଦେଉଥିଲେ ବୋଲି ବାପା ସୀମାଞ୍ଚଳ ଅଭିଯୋଗ କରିଛନ୍ତି। ଗତ କାଲି ରାତି ୧୦ ଟା ସମୟରେ ସଂଧ୍ୟାଙ୍କ ଦେହ ଖରାପ ଦର୍ଶାଇ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କ ସ୍ୱାମୀ ଆଣିବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅ ସନ୍ଧ୍ୟାକୁ ଶ୍ୱଶୁର ଘର ଲୋକେ ବେକରେ ଲୁଗା ଟାଣି ହତ୍ୟା କରିଥିବା କଥା ବାପା ସୀମାଞ୍ଚଳ ପ୍ରକାଶ କରିବା ସହ କୋଦଳା ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି। ସେପଟେ ବ୍ରହ୍ମପୁର ଠାରେ ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ ପ୍ରକାଶ କରିବା ସହ ତଦନ୍ତ କରାଯିବ ବୋଲି କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here