ମାରଣାସ୍ତ୍ରରେ ହାଣି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

0
578

ଜଗନ୍ନାଥ ପ୍ରସାଦ(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗ୍ରାମ କାଜୁ ଜଙ୍ଗଲରେ ବର୍ବର ହତ୍ୟାକାଣ୍ଡ।ବୃଦ୍ଧ ଦମ୍ପତି ଙ୍କୁ କଟୁରିରେ ହାଣି ହତ୍ୟା।ହତ୍ୟାର କାରଣ ଅସ୍ପଷ୍ଟ।ମୃତକ ହେଲେ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶିଶୁଳା ପ୍ରଧାନ।ସୂଚନା ମୁତାବକ ଦମ୍ପତି ଜଣକ କାଜୁ ଜଙ୍ଗଲରେ ଦୀର୍ଘବର୍ଷ ହେଲା ଏକାକୀ ରହି କାଜୁ ସଂଗ୍ରହ କରି ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ।କିନ୍ତୁ କିଛି ଦିନ ତଳେ ତାଙ୍କ ପୁଅ ବୋହୂ ଆସି ବାପା ମା ଙ୍କୁ ଦେଖା କରି ଯାଇଥିଲେ।ଆଜି ଦୁହିଁଙ୍କ ମୃତ ଦେହ କୁଡ଼ିଆ ଘର ନିକଟରେ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଜଗନ୍ନାଥ ପ୍ରସାଦ ପୋଲିସ ଓ ଭଞ୍ଜନଗର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଟିଫିକ ଟିମ ଆସିବା ପରେ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି। ହେଲେ କିଏ କେଉଁ କାରଣରୁ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲା ତାହା ବର୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here