ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗ

0
389

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତ ବିଞ୍ଚଣା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ପଣ୍ଡା(78) ଙ୍କ ବିୟୋଗ ଘଟିଛି I ସ୍ଵର୍ଗତ ପଣ୍ଡା କିଛି ଦିନ ଧରି ଜ୍ଵରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ରାତ୍ରି 10 ଘଣ୍ଟା 40 ମିନଟ୍ ସମୟରେ ନିଜ ବାସଭବନରେ ସେ ଅନ୍ତିମ ନିଃଶ୍ଵାସ ତ୍ୟାଗ କରିଥିଲେ I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ କନକମଞ୍ଜରୀ ,ଜ୍ୟେଷ୍ଠ ପୁଅ ରାମ ଚନ୍ଦ୍ର, କନିଷ୍ଠ ପୁଅ ଲକ୍ଷ୍ମଣ, ଝିଅ ଏବଂ ଜ୍ୱାଇଁ ଉପସ୍ଥିତ ରହିଥିଲେ I ସ୍ଵର୍ଗତ ପଣ୍ଡା ପୂର୍ବରୁ ବିଞ୍ଚଣା,ନେଟଙ୍ଗା ପ୍ରଭୃତି ବିଦ୍ୟାଳୟରେ ଜଣେ ଦକ୍ଷ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ବେଳେ ଅଞ୍ଚଳରେ ଜଣେ ପରୋପକାରୀ, ଧର୍ମପରାୟଣ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ବେଶ ପରିଚିତ ଥିଲେ I ତାଙ୍କରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତ ଦୟାନିଧିଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ସ୍ଵର୍ଗତ ଦୟାନିଧିଙ୍କ ମର ଶରୀରରକୁ ନିଜ ଗ୍ରାମ ଶ୍ମଶାନରେ କୋଭିଡ କଟକଣା ମଧ୍ୟରେ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here