ବେଲଗୁଣ୍ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

0
314

ବେଲଗୁଣ୍ଠା: ସାଂପ୍ରତିକ କରୋନା ପରିସ୍ଥିତିରେ ବହୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି ।ଏହି ଅଭାବକୁ କିଛି ମାତ୍ରାରେ ପୁରଣ କରିବା ପାଇଁ ବେଲଗୁଣ୍ଠା ଥାନା ଓ ପ୍ରେସ୍ କ୍ଳବ୍ ବେଲଗୁଣ୍ଠାର ମିଳିତ ସହଯୋଗରେ ଆସନ୍ତା ରବିବାର ୩୦ ତାରିଖରେ ଏକ ରକ୍ତଦାନ ଶିବିର ଆୟୋଜିତ କରିବା ପାଇଁ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ଥାନାରେ ହୋଇଯାଇଅଛି ।ବୈଠକରେ ସମ୍ପୂର୍ଣ୍ଣ କରୋନା ସଚେତନତାକୁ ପ୍ରାଥମିକତା ଦେଇ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।ରକ୍ତ ଦାତା ମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବା ସହ ସାମାଜିକ ଦୁରତ୍ୱ, ମାସ୍କ ଓ ସାନିଟାଇଜ୍ କୁ ଗୁରତ୍ୱ ଦେଇ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଥାନାଧିକାରୀ ଶ୍ରୀ ସାହୁ ସୁଚନା ଦେଇଥିଲେ ।ଅତି କମ୍ ରେ ୫୦ ୟୁନିଟ ରକ୍ତ ସଂଗ୍ରହ।କରିବା ପାଇଁ ସମସ୍ତେ ଚେଷ୍ଟା କରିବା ପାଇଁ ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ୍ କ୍ଳବ୍ ଉପସଭାପତି ପ୍ରଭାତ କୁମାର ସାହୁ,କୋଷାଧ୍ୟକ୍ଷ ବିଭୁପାଦ ଜେନା,ସହ-ସମ୍ପାଦକ ସରୋଜ କୁମାର ଶତପଥୀ,ସୁରେଶ କୁମାର ସୁବୁଦ୍ଧି,
ସନ୍ତୋଷ କୁମାର ବିଷୋୟୀ,ସୁଶାନ୍ତ କୁମାର ବେହେରା,ଚନ୍ଦନ କୁମାର ସାହୁ,ମାଧବଚନ୍ଦ୍ର ଆପଟ,ସଚିନ ପୁରୋହିତ,ଜଗନ୍ନାଥ ନାୟକ,ଅରୁଣ ସ୍ୱାଇଁ,ବାଳକୃଷ ପାତ୍ର,ଶିବରାମ ଚୌଧୁରୀ ଓ ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here