ଉଠା ଦୋକାନଙ୍କୁ ନଗଦ ଟଙ୍କା ଦିଅ ଓ ଷାଠିଏ ବର୍ଷର ଉର୍ଦ୍ଧ ଲୋକଙ୍କ ଟୀକା ପାଇଁ ଗାଡି ବ୍ୟବସ୍ଥା କର : ପୀତବାସ ପଣ୍ଡା

0
328

ବ୍ରହ୍ମପୁର:ବ୍ରହ୍ମପୁର ସହର ହେଉଛି ଉଠା ଦୋକାନୀ ମାନଙ୍କ ସହର l ଏହି ବର୍ଗର ଲୋକମାନେ ନିଜ ନିଜର ଜୀବିକା ପାଇଁ ପ୍ରତିଦିନ ପାନ ଦୋକାନ, ଚା ଦୋକାନ ଠାରୁ ଆରମ୍ଭ କରି ଟେଲା ଗାଡିରେ ଫଳ ପନିପରିବା ବିକ୍ରି କରନ୍ତି l ରାସ୍ତା କଡ଼ରେ ଶାଗମୁଗ, ଫୁଲ, ଦୀପ ବିକ୍ରି କରି ବଞ୍ଚୁଥିବା ମଣିଷ ପ୍ରତିଦିନ ପୌରସଂସ୍ଥାକୁ ଟିକସ ମଧ୍ୟ ଦେଇ ଆସୁଛନ୍ତି l ଆଜି କରୋନା କାଳରେ ଏହି ବର୍ଗର ମଣିଷ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛନ୍ତି l କରୋନା ଏହି ମାନଙ୍କ ଜୀବନ ଓ ଜୀବିକାକୁ ନଷ୍ଟ କରି ସାରିଛି କିନ୍ତୁ ସରକାର କେବଳ ନୀରବ ହୋଇ ଦେଖି ରହିବା ଦୁର୍ଭାଗ୍ୟର କଥା l ଅତଏବ ବ୍ରହ୍ମପୁର ପୌରସଂସ୍ଥା ତୁରନ୍ତ ଏହି ବର୍ଗର ଛୋଟ ଛୋଟ ଦୋକାନୀ ମାନଙ୍କୁ ମାସିକ ଛଅ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା କରୁ lଏହାସହ ମହାନଗର ନିଗମରେ ଚାଲିଥିବା ଟୀକା କରଣ ଅଭିଯାନରେ ଷାଠିଏ ବର୍ଷର ଉର୍ଦ୍ଧ ବ୍ୟକ୍ତିଙ୍କୁ ପୈରସଂସ୍ଥା ନିଜର ଗାଡି ଦ୍ଵାରା ଘରୁ ଆଣି ଟୀକା କେନ୍ଦ୍ର ମାନଙ୍କରେ ପହଂଚାଇବା ଓ ଟୀକା ଦେଇ ସାରିବା ପରେ ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ନିଜ ଘରେ ପହଁଚାଇବା ବ୍ୟବସ୍ଥା କରିବାକୁ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ତଥା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here