୬୬କେଜି ଗଞ୍ଜେଇ ଜବତ ବେଳେ ଅଭିଯୁକ୍ତ ଫେରାର

0
245

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ଓ ଗଞ୍ଜେଇ ଚାଷକୁ ପ୍ରତିହିତ କରିବାପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ସଜାଗ ରହି ଚଢାଉ କରାଯାଉଛି । ଏଭଳି ଏକ ଯାଞ୍ଚ କାର୍ଯ୍ୟକ୍ରମରେ ଆଜି ଜିଲ୍ଲାର ଅଡବା ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ଜାଙ୍ଗଡି ଠାରେ ଏକ ଅଟୋରେ ୨ଗୋଟି ଗଞ୍ଜେଇ ପ୍ୟାକଟ ଚୋରା ଚାଲାଣ ହେଉଥିବା ବେଳେ ଧରାପଡିଥିବାର ଜଣାପଡିଛି । ଅଡବା ପୋଲିସ ପକ୍ଷରୁ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଭିନ୍ନ ଗାଡି ଗୁଡିକୁ ଯାଞ୍ଚ କରାଯାଇଥିଲା । ସେହିପରି ସେ ସମୟରେ ଏକ ଅଟୋରେ ଏହି ୨ଗୋଟି ପ୍ୟାକେଟରେ ୬୬କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରାପଡିଥିଲା । ତେବେ ଅଟୋରିକ୍ସା ଚାଳକ ତଥା ଅଭିଯୁକ୍ତ ପୋଲିସକୁ ଦେଖି ପୂର୍ବରୁ ଗାଡି ରଖି ଛାଡି ଫେରାର ହୋଇଯାଇଥିଲା ଫଳରେ ଏହି ଏହି ଏହି ଗଞ୍ଜେଇ ପକେଟ୍ ଦେଖି ଅଟୋ ରିକ୍ସା ଚାଳକ କୁ ଛାଡିଦେଇଥିଲେ ଏହା ପରେ ମୋହନା ତହସିଲଦାର ଶାରଦା ପ୍ରସନ୍ନ ପଣ୍ଡା ପହଞ୍ଚି ଜବତ ଗଞ୍ଜେଇର ଓଜନ କରିଥିଲେ । ଏନେଇ ଅଡବା ଥାନାରେ ୨୮/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତ ରବୀନ୍ଦ୍ର କୁମାର ପାତ୍ର କରୁଥିବାର ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here