ଯୁବ ଆଇନଜୀବୀଙ୍କ ଜୀବନ ନେଲା କରୋନା

0
549

ପୋଲସରା : ପୋଲସରାର ଜଣେ ଜଣାଶୁଣା ଯୁବ ଆଇନଜୀବୀ ଅରୁଣ କୁମାର ମୁଦୁଲି ଙ୍କ ବ୍ରହ୍ମପୁର କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏନେଇ ପୋଲସରା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଦିନ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ଶୋକସଭା ଓକିଲ ସଂଘର ସଭାପତି ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶୋକ ସଭାରେ ପୋଲସରା ଅଞ୍ଚଳର ସମସ୍ତ ଆଇନଜୀବୀ ଯୋଗଦେଇ ଯୁବ ଆଇନଜୀବୀ ସ୍ବର୍ଗତ ଅରୁଣ କୁମାର ମୁଦୁଲି ଙ୍କ ଆତ୍ମାର ସଦଗତି ପାଇଁ ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଓକିଲ ବନ୍ଧୁମାନେ ସ୍ୱର୍ଗତ ଆଇନଜୀବୀ ଶ୍ରୀ ମୁଦୁଲି ଙ୍କ ଗୁଣଗାନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ତାଙ୍କର ଦ୍ବାଦଶହ କାର୍ଯ୍ୟ ଅବସରରେ ଓକିଲ ସଂଘ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ସରକାରୀ ସ୍ତରରେ ସ୍ବର୍ଗତ ଶ୍ରୀ ମୁଦୁଲିଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପୋଲସରା ଓକିଲ ସଂଘ ପକ୍ଷରୁ ଦାବି ହୋଇଛି । ଏହି ଶୋକସଭାରେ ଗୌରହରି ବିଷୋୟୀ , ବଜେନ୍ଦ୍ର ସାହୁ, ରମେଶ ଚନ୍ଦ୍ର ପ୍ରଧାନ , ରତ୍ନାକର ମହାନ୍ତି , କବିରାଜ ଦାସ , ପ୍ରଦୀପ କୁମାର ନାୟକ , ରଜନୀକାନ୍ତ ପ୍ରଧାନ, ସୁଶାନ୍ତ ମଲ୍ଲିକ, ଶରତଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଆଇନଜୀବୀ ଯୋଗଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here