କାଜୁ ବ୍ୟବସାୟୀଙ୍କୁ ୧.୭୪କୋଟି ବକେୟା ମାମଲାରେ ଗିରଫ କଲା ପୋଲିସ

0
312

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଟାଉନ୍ ଆଦର୍ଶ ଥାନା ପକ୍ଷରୁ କାଜୁ କାରବାରରେ ଜଣେ ବ୍ୟବସାୟୀ ୧.୭୪ କୋଟିରୁ ଉର୍ଦ୍ଧ ଟଙ୍କା ବକେୟା ଖିବା ମାମଲାରେ ପାରଳାଖେମୁଣ୍ଡି ପୋଲିସ ଗରିଫ କରିଥିଵା ସୂଚନା ମିଳିଛି ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ହେଲେ ବ୍ରହ୍ମପୁର ସହର ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳ ରାମନଗର ପ୍ରଥମ ଲେନ୍‌ରେ ଥିବା ଗୁପ୍ତେଶ୍ୱର ଟ୍ରେଡର୍ସର ଅରଫ ଗୁପ୍ତେଶ୍ୱର ପଟ୍ଟନାୟକ । ସେ କାଜୁ ବ୍ୟବସାୟ ନିମନ୍ତେ ଗଜପତି ଜିଲ୍ଲାର ଦେବଗିରି କିଷାନ ଆଗ୍ରୋ ପ୍ରଡାକ୍ଟର ଉତ୍ପାଦନ କମ୍ପାନୀର ଯୋଗସୂତ୍ର କରି ବ୍ୟବସାୟ କରିଆସୁଥିଲେ । ତେବେ ସେ ଗତ କିଛି ବର୍ଷ ହେଲା ଉକ୍ତ ଉତ୍ପାଦନ କମ୍ପାନୀକୁ ଟଙ୍କା ବକେୟା ରଖି ୧କୋଟି ୭୪ ଲକ୍ଷ ୯୩ହଜାର ୫୨୬ଟଙ୍କା ପୈଠ କରୁନଥିଲେ । ଏ ବାବଦରେ ଉକ୍ତ କମ୍ପାନୀ ତରଫରୁ ବହୁ ବାର ପଟ୍ଟନାୟକଙ୍କୁ ଯୋଗା ଯୋଗ କରିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନଥିଲେ କି ଟଙ୍କା ଫେରସ୍ତ କରୁନଥିଲେ । ଏନେଇ ଗତ ୨୦.୧୧.୨୦୨୧ ତାରିଖରେ ଦେବଗିରି କିଷାନ ଆଗ୍ରୋ ପ୍ରଡାକ୍ଟର (ଡିକେଏପିପିକୋ)ର ଅଧ୍ୟକ୍ଷା ଶ୍ରୀମତୀ ବଣୀ ମଣ୍ଡଳ ପାରଳା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗରେ ଶ୍ରୀମତୀ ମଣ୍ଡଳ ଜଣାଇଥିଲେ ଯେ, ପଟ୍ଟନାୟକ ଆମ୍ଭ କମ୍ପାନୀ ସହ ଠକେଇ ଚାଲିଥିଲେ । ଯାହାକି ସରକାରୀ ଅର୍ଥକୁ ହଡପ କରି ପଟ୍ଟନାୟକ ଚାଲିଥିଲେ । ତାଙ୍କୁ ତୁରନ୍ତ ଗିରଫ କରିବାପାଇଁ ନିବେଦନ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୮୨/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିଲେ ମଧ୍ୟ ପଟ୍ଟନାୟକ ପୋଲିସ ହାବୁଡରେ ପଡୁନଥିଲେ । ପୋଲିସ ମଧ୍ୟ ତାଙ୍କୁ ଧରିବାପାଇଁ ବିଭିନ୍ନ ତନଘନା ଜାରୀ ରଖିଥିଲା । ତେବେ ଗତ ୨୮.୦୩.୨୦୨୧ ତାରିଖ ସକାଳୁ ସମୟରେ ପାରଳା ପୋଲିସ ଏକ ଟିମ୍ ଭୁବନେଶ୍ୱରରେ କମିସନରେଟ ପୋଲିସ ସହାୟତାରେ ପୋଖରୀପୁଟ ଅଞ୍ଚଳରୁ ପଟ୍ଟନାୟକଙ୍କୁ ଗିରଫ କରି ଆଣିଥିଲେ । ଏହାପରେ ପାରଳାଖେମୁଣ୍ଡି ସ୍ଥିତ ଏସ୍‌ଡିଜେମ କୋର୍ଟକୁ ଚାଲାଣ କରିଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା ।
ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here