ବିଭିନ୍ନ ମାମଲାରେ ଗିରଫ ୧୧ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ଖଲ୍ଲିକୋଟ ପୋଲିସ

0
343

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) ଖଲ୍ଲିକୋଟ ପୋଲିସ ଦ୍ବାରା ବିଭିନ୍ନ ମାମଲାରେ ଗିରଫ ହୋଇଥିବା ୧୧ ଜଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ୨୫ ତାରିଖ ଅପରାହ୍ନ ୪ଟା ରେ ତୋଟାଗାଁ ର ମିଥୁନ ପାହାନ ନିକଟସ୍ଥ ତୁଳସୀପୁର ଯାଇ ବାଇକ ଯୋଗେ ନିଜ ଗ୍ରାମ କୁ ଫେରୁଥିବା ବେଳେ ରାସ୍ତାରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ଲୁଟ କରିଥିଲେ ।ମିଥୁନ ଙ୍କ ସୁନାଚେନ ଛଡାଇ ନେବା ସହ ବାଇକ ମଧ୍ୟ ଲୁଟ କରି ନେଇଥିଲେ ।ତେବେ କୌଶଳ କ୍ରମେ ମିଥୁନ ଙ୍କ ଠାରୁ ଖବର ପାଇ ଗ୍ରାମବାସୀ ଉକ୍ତ ଦୁଇ ଜଣ ଲୁଟେରା ଙ୍କୁ ଧରି ପୋଲିସ ଜିମା ଦେଇଥିଲେ ।ପୋଲିସ ଦୁଇ ଲୁଟେରା ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ କରିଥିବା ସୁନାଚେନ ଓ ବାଇକ କୁ ଜବତ କରି ଅଧିକ ଅନୁସନ୍ଧାନ ଜାରି ରଖିଥିଲେ ।ଅନୁସନ୍ଧାନ ସମୟରେ ସେହି ଦୁଇ ଜଣ ଲୁଟେରା ସେହି ୨୫ ତାରିଖରେ କୋଦଳା ଥାନା ଅଞ୍ଚଳରେ ଆଉ ଏକ ବାଇକ ଲୁଟ କରିଥିବା ଜଣାପଡିଥିଲା ।ଗିରଫ ଦୁଇ ଜଣ ହେଲେ ଖଲ୍ଲିକୋଟ ନୁଆଁ ଫାସୁଳା ଗ୍ରାମର ଜି. ଜଗନ୍ନାଥ ରାଉଳ ଓ କୋଦଳା ଥାନା ଚିଙ୍ଗୁଡ଼ିଘାଇ ଗ୍ରାମର ବିକ୍ରମ ସାହୁ ।ସେମାନଙ୍କ ଠାରୁ ଗୋଟିଏ ସୁନାଚେନ ଓ ଦୁଇଟି ବାଇକ ଜବତ କରାଯାଇଛି ।ଏ ସମ୍ପର୍କରେ ସେମାନଙ୍କ ବିରୋଧରେ ଖଲ୍ଲିକୋଟ ଥାନା କେସ ନମ୍ବର ୨୯୫/୨୦୨୧ ଓ କୋଦଳା ଥାନା କେସ ନମ୍ବର ୨୩୦/୨୦୨୧,ଦଫା ୩୯୪ ଆଇପିସି ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି ।ଏହା ବ୍ୟତୀତ ଶ୍ୟାମସୁନ୍ଦରପୁର ଗ୍ରାମର ଏକ ମଦ ମାମଲାରେ ଗିରଫ ଦୁଇ ଜଣ ଓ ଲଂଗଳେଶ୍ୱର ଗ୍ରାମରେ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ୭ ଜଣ ଏହିଭଳି ମୋଟ ୧୧ ଜଣ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here