ବେଲଗୁଣ୍ଠାରେ ବିଧାୟକ ଙ୍କ ରନ୍ଧା ଖାଦ୍ୟ ବଣ୍ଟନ

0
279

ବେଲଗୁଣ୍ଠା: କରୋନା ଲକ୍ ଡାଉନ୍ ବେଳେ ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଥିବା ବେଳେ ବେଲଗୁଣ୍ଠା ସହରରେ ଆଜି ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ନିରାଶ୍ରୟ ତଥା ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ।ଆଜି ସକାଳ ୧୧.୩୦ ମି ସମୟରେ ବିଧାୟକ ଶ୍ରୀ ସ୍ୱାଇଁ ବେଲଗୁଣ୍ଠାରେ ପହଞ୍ଚି ନୃସିଂହ ମନ୍ଦିର ନିକଟରେ ବସିଥିବା କିଛି ଅସହାୟ, ନିରାଶ୍ରୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧା ଖାଦ୍ୟ, ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ ।ଏଥି ସହିତ ସାମାଜିକ ଦୁରତ୍ୱ ରକ୍ଷା କରିବା,ବାରମ୍ବାର ହାତ ଧୋଇବା, ସହରରେ ଅଯଥା ଗହଳି ନ କରିବା,ମାସ୍କ ପିନ୍ଧିବା ନେଇ ସଚେତନ କରାଇଥିଲେ ।ଏଥିରେ ବିଧାୟକ ଶ୍ରୀ ସ୍ୱାଇଁଙ୍କ ସହିତ ଚନ୍ଦ୍ରମଣି ସାମଲ, ଯୁବ ସଂଗଠକ ଦିବ୍ୟ ରଞ୍ଜନ ଦାସ, ଲିକୁ ସାହୁ, ସୁରେଶ ସୁବୁଦ୍ଧି,ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here