ବିଧାୟକ ଓ ପ୍ରଶାସକ ଦ୍ୱୟଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

0
303

ପୋଲସରା:ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏବଂ ଦୁଇ ପ୍ରଶାସକ ପୋଲସରା ବିଡିଓ ସୁରଞ୍ଜନ କୁମାର ସାହୁ ଓ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ ଙ୍କ ଦ୍ଵାରା ମଇ ୨୫ ତାରିଖ ଦିନ ପୋଲସରା ବ୍ଲକର ଚାରି ଟି ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୋଲସରା ବ୍ଲକର ଖଣ୍ଡୁରୁ ଓ ବାଲିଛାଇ ପଞ୍ଚାୟତ ଦ୍ୱୟରେ ପୂର୍ବାହ୍ନରେ ଏବଂ କଲମ୍ବ ଓ ଜକର ପାଞ୍ଚାୟତ ଦ୍ୱୟରେ ଅପରାହ୍ନରେ ଜନସାଧାରଣ ଓ ଲୋକ ପ୍ରତିନିଧି ମାନଙ୍କୁ ନେଇ କରୋନା ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକମାନେ ମାସ୍କ ନପିନ୍ଧିବା ଓ ସାମାଜିକ ଦୂରତା ବଜାୟ ନରଖି ଭୋଜି ମାନଙ୍କରେ ଜନଗହଳି ହେଉଥିବା ଯୋଗୁଁ ଗ୍ରାମାଞ୍ଚଳରେ କରୋନା ମହାମାରୀ ବ୍ୟାପୁଥିବା ନେଇ ବିଧାୟକ ଓ ଦୁଇ ପ୍ରଶାସକ ଚାରି ପାଞ୍ଚାୟତର ଲୋକ ପ୍ରତିନିଧି ମାନଙ୍କୁ ବୁଝାଇଥିଲେ। ଏଥିସହ ଦ୍ଵିତୀୟ ଲହରର ଭୟାବହାତ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ବିବାହ ଓ ମୃତହ କାର୍ଯ୍ୟକ୍ରମ କରିବା ପ୍ରଶାସନ ଠାରୁ ଅନୁମତି ଆଣି କୋଭିଡ ନିୟମ ପ୍ରକାରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଉଦବେଗ ପ୍ରକାଶ କରିବା ସହ ସଂକ୍ରମଣ ରୋକିବା ପାଇଁ ସମସ୍ତ ଲୋକ ପ୍ରତିନିଧି ବୃନ୍ଦ କରୋନା ନିୟମ ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ସାହୁ ଅନୁରୋଧ କରିଥିଲେ। ବୈଠକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ୱାର୍ଡ ସଭ୍ୟ ସଭ୍ୟା ଓ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଯୋଗ ଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here