ଦିଲ୍ଲୀ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ୍ ଅଫିସର୍ ର ପରିଚୟ ଦେଇ ବେପାରୀଙ୍କ ଠାରୁ ଠକେଇ; ଯୁବକ ଗିରଫ

0
265

ବେଲଗୁଣ୍ଠା: ନିଜକୁ ଦିଲ୍ଲୀ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ୍ ଅଫିସର୍ ର ପରିଚୟ ଦେଇ ପୋଲସରା ଅଞ୍ଚଳର ଜଣେ ଯୁବକ ବେଲଗୁଣ୍ଠାର ଜଣେ ବ୍ୟବସାୟୀଙ୍କ ଠାରୁ 25000 ଟଙ୍କା ଠକି ନେବା ଘଟଣାରେ ବେଲଗୁଣ୍ଠା ପୋଲିସ୍ ହାତରେ ଗିରଫ ହୋଇଛି I ସୂଚନା ପ୍ରକାରେ ବେଲଗୁଣ୍ଠାର ବନମାଳୀ ସାହୁ ନାମକ ଜଣେ ଇଲୋକ୍ଟ୍ରୋନିକ୍ସ ବ୍ୟବସାୟୀ ଇଲେକ୍ଟ୍ରିକାଲ୍ ସାମଗ୍ରୀ କିଣିବା ପାଇଁ କୌଣସି ଏକ ବ୍ୟକ୍ତିଙ୍କୁ 250000 ଟଙ୍କା ଦେଇଥିଲେ I କିନ୍ତୁ ଟଙ୍କା ଦେବାର ବହୁଦିନ ବିଟି ଯାଇଥିଲେ ମଧ୍ୟ ବନମାଳୀ କୌଣସି ସାମଗ୍ରୀ କିମ୍ବା ଟଙ୍କା ଫେରି ନପାଇ ମାନସିକ ଅଶାନ୍ତି ଭିତରେ ରହୁଥିଲେ I ବନମାଳୀଙ୍କ ଏହି ଦୁର୍ବଳତାର ସୁଯୋଗ ନେଇଥିଲା ପୋଲସରା ଥାନା ଅନ୍ତର୍ଗତ ହାତୀପାଦପଲ୍ଲୀ ଗ୍ରାମର ଗଣେଶ ପ୍ରଧାନ I ସେ ବନମାଳୀଙ୍କ ନିକଟକୁ ଆସି ନିଜକୁ ଦିଲ୍ଲୀ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ୍ ଅଫିସର୍ ର ପରିଚୟ ଦେବା ସହିତ ବନମାଳୀଙ୍କ 250000 ଟଙ୍କା ଫେରାଇ ଆଣିବା ପାଇଁ ପ୍ରତିଶୃ୍ତି ଦେଇଥିଲା ଏବଂ ଏଥିପାଇଁ ଆବଶ୍ୟକ କାଗଜପତ୍ର କାମ କରିବା ପାଇଁ 25000 ଟଙ୍କା ମାଗିଥିଲା I ବନମାଳୀ ଗଣେଶର କଥାରେ ବିଶ୍ୱାସ କରି ତାକୁ 25000 ଟଙ୍କା ଦେଇଥିଲେ I କିନ୍ତୁ ଟଙ୍କା ଦେବାର ବହୁ ଦିନ ପରେ ମଧ୍ୟ ବନମାଳୀ ନିଜ ତାଂକ ନପାଇବାରୁ ଏନେଇ ଗଣେଶକୁ ପଚାରିଥିଲେ I ଏନେଇ ଗଣେଶ ବନମାଳୀ ବାବୁଙ୍କ କାମ ଚାଲିଥିବା କହିବା ସହିତ ଏଥିପାଇଁ ଆଉ 25000 ଟଙ୍କା ଆବଶ୍ୟକ ବୋଲି କହିଥିଲା I ଏଥିରେ ବନମାଳୀଙ୍କର ସଂଦେହ ବଢ଼ିଥିଲା I କିଛି ଦିନ ତଳେ ବେଲଗୁଣ୍ଠା ବଜାରରେ ବନମାଳୀ ଗଣେଶକୁ ଟଙ୍କା ମାଗିବାରୁ ଗଣେଶ ବନମାଳୀକୁ ଗାଳି ଗୁଲଜ କରିବା ସହିତ ମାରିଦେବାର ଧମକ ମଧ୍ୟ ଦେଇଥିଲା I ଏନେଇ ବନମାଳୀ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ବେଲଗୁଣ୍ଠା ପୋଲିସ୍ 322/21 ରେ ଏକ ମାମଲା ରୁଜୁ କରିବା ସହିତ ଗଣେଶକୁ ଗିରଫ କରି କୋର୍ଟଚାଲାଣ କରିଦେଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here