ଗଜପତି ପୋଲିସର ବଡ ସଫଳତା;୨୪ଟି ଚୋରା ମଟର ସାଇକେଲ ଜବତ, ୭ ଗିରଫ

0
395

ଗଜପତି : ଗଜପତି ପୋଲିସ କୁ ବଡ ଧରଣର ସଫଳତା ମିଳିଛି, ସେରଙ୍ଗ ପୋଲିସ ଦ୍ବାରା ୨୪ ଗୋଟି ଚୋରା ମଟର ସାଇକେଲ ଜବତ ୭ ଅଭିଯୁକ୍ତ ଗିରଫ , କରି ସାମ୍ବାଦିକ ସମ୍ମିଳନୀରେ ଘଟଣାର ସୁଚନା ଦେଇଥିଲେ ଗଜପତି ଏସ୍ ପି ଜୟରାମ ଶତପଥୀ , ଖଜୁରିପଦା ଫାଣ୍ଡି ପୋଲିସ ଗତକାଲି ଗାଡି ତନଖି ସମୟରେ ସନ୍ଦେହଜନକ ଭାବରେ ଗୋଟିଏ ଗ୍ଳାମର ମଟର ସାଇକେଲ କୁ ଯାଞ୍ଚ କରିଥିଲା , ଯାଞ୍ଚ ରୁ ଗାଡି ଚାଳକ ଓ ଗାଡିର ଦସ୍ତାବିଜର ଉଲ୍ଲେଖ ମାଲିକଙ୍କ ନାମ ତାଳ ମେଳ ନଖାଇବାରୁ ପୋଲିସ ତଦନ୍ତ କରି ଚୋରା ମଟର ସାଇକେଲ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହାକୁ ଭିତ୍ତିକରି ପୋଲିସ ଅଧିକ ତଦନ୍ତ କରିବା ପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ଅଭିଯୁକ୍ତ ସୁଶାନ୍ତ ସାମଲ ଯେକି ନକଲି ଦସ୍ତାବିଜ ପ୍ରସ୍ତୁତ କରି ଚୋରା ଗାଡି ବିକ୍ରି କରୁଥିବା ଜାଣିବାକୁ ପାଇଥିଲା ।ଏହାପରେ ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମନେ ପୋଲିସ ତଦନ୍ତ ସମୟରେ ଗିରଫ କରିଥିବା ସୁଚନା ଦେଇଛନ୍ତି ଗଜପତି ଏସ୍ ପି ଜୟରାମ ଶତପଥୀ । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ହରି ଦଳବେହେରା , ସୁଶାନ୍ତ ସାମଲ , ରାୟଗଡା ଜିଲ୍ଲାର ଶ୍ରୀକାନ୍ତ ପାଳ , ଅଭିନାସ ଶବର ,ଶରତ ଶବର ,ପାରଳାଖେମୁଣ୍ଡି ର ଭାଗେଶ୍ବର ଅଧିକାରୀ , ସେରଙ୍ଗ ଅଞ୍ଚଳର ଇସ୍ରାଏଲ ରଈତ ଙ୍କୁ ପୋଲିସ ଗିରଫ କରିବା ସହ ୨୪ ଟି ଚୋରା ମଟର ସାଇକେଲ। ଜବତ କରିଛି ସେରଙ୍ଗ ପୋଲିସ । ଆଗକୁ ଆଉରି ତଦନ୍ତ ଜାରି ରହିଛି ଆହୁରି କିଛି ଲୋକ ଏହି ଘଟଣାରେ ସଂପୃକ୍ତ ଥିବା ସୂଚନା ପ୍ରଦାନ କରିଛନ୍ତି ଗଜପତି ଏସପି
ରିପୋର୍ଟ: ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here