ଗଜପତି ଜିଲ୍ଲାରେ ରାତ୍ର କାଳିନ କର୍ଫ୍ୟୁ ; ଓଡ଼ିଶାର ସିମାନ୍ତ ନାକା ଗେଟରେ ଚେକିଂ କଡାକଡି

0
262

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା ) ଦେଶରେ ବ୍ୟାପିଥିବା କୋରନା ଭାଇରସ ଦ୍ବିତୀୟ ଲହରୀର କାୟା ବିସ୍ତାର କରିବାରେ ଲାଗିଛି ଏପରିକି ରାଜ୍ୟ ସମସ୍ତ ଜିଲ୍ଲା’ରେ କୋରନା ସଂକ୍ରମଣର ଦ୍ଵିତୀୟ ଲହରରେ କୋରନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଲୋକଙ୍କୁ ଭୟଭୀତ କରି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟି ଆକର୍ଷଣ କରି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରୀ କରାଯାଇଛି । ଏହି ସଂକ୍ରାନ୍ତରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମଧ୍ୟ ଗତ କାଲି ୧୭ ତାରିଖ ଠାରୁ ରାତ୍ର ୯ଘଣ୍ଟା ଠାରୁ ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ରାତ୍ର କାଳୀନ ତଥା ନାଇଟ କର୍ଫ୍ୟୁ ଜାରୀ କରାଯାଇଛି । ରାତ୍ରକାଳୀନ କର୍ଫ୍ୟୁର ଦ୍ଵିତୀୟ ଦିନ ଗଜପତି ଜିଲ୍ଲା ସମେତ ସମଗ୍ର ପାରଳାଖେମୁଣ୍ଡି ସହର ନିଶ୍ବଦ୍ଧ ହୋଇ ଥିବା ଦେଖିବାକୁ ମିଳିଥିଲା। ସହରରେ ଶୁଭୁଛି କେବଳ ପୋଲିସ୍ ସାଇରନ । ରାତି ୮.୩୦ ରୁ ସମସ୍ତ ଦୋକାନ ବଜାର ସହ ଗାଡି ମୋଟର ବାଇକ ଚଳାଚଳ ବନ୍ଦ ହୋଇଯିବା ସହ ଶୁନଶାନ୍ ହୋଇପଡୁଛି ରାସ୍ତାଘାଟ । ଜନସାଧାରଣଙ୍କ ବାହାରକୁ ନ ବାହାରିବା ଯୋଗୁଁ ସହର ସାରା ଖାଁ ଖାଁ ଦେଖିବାକୁ ମିଳିଛି । ସମସ୍ତ ଛକ ଛକରେ ଜଗି ରହୁଛନ୍ତି ସୁରକ୍ଷା କର୍ମୀ । କରୋନା ମହାମାରୀର ଦ୍ବିତୀୟ ଲହରକୁ କଡା ମୁକାବିଲା ପାଇଁ ତିଳେ ମାତ୍ର ପଛଉନାହି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୯ ଘଣ୍ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟାତ ବାରଣ କରାଯାଇଛି । ଏହି ସରକାର ଙ୍କ ନିର୍ଦ୍ଦେଶନାମାକୁ ଜିଲ୍ଲା ବାସି ମାନିବାକୁ ଓ ଅତି ଆବଶ୍ୟକ କ୍ଷେତ୍ରର ବାହାରକୁ ବାହାରନ୍ତୁ, ବାହାରକୁ ଆସିବା ସମୟରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବାଧ୍ୟତାମୂଳକ ବୋଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରସାର କରିବା ଲୋକଙ୍କୁ ସଚେତନ କରାଇ ଅନୁରୋଧ କରୁଛନ୍ତି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତ ସମେତ ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି କରାଯାଇଛି । କିଛି ଜରୁରୀକାଳୀନ ସେବା ତଥା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଅନୁମତି ଦିଆଯାଇଥିବା ବେଳେ ଅମାନିଆଙ୍କୁ ଧରୁଛି ପୋଲିସ । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୋଲିସ ପେଟ୍ରୋଲିଂରେ ସାମିଲ ହୋଇଛନ୍ତି ନିଜେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ’ଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ । ରାତି ଓ ଦିନ’ର ବିଭିନ୍ନ ସମୟରେ ଓଡିଶା-ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥ’ରେ ନାକା ଲଗାଯାଇ ଯିବା ଆସିବା କରୁଥିବା ସମସ୍ତଙ୍କୁ ଯାଞ୍ଚ କରାଯାଉଛି lଦିନ ବେଳା ସୀମାନ୍ତ ପ୍ରବେଶ ପଥ’ର ପୁରୁନାପାଟନା ଓ ଢାମୁଣୀଗାଁଁ ନାକାଗେଟ ଠାରେ ପୋଲିସ ଓ ପ୍ରସାସନ ପକ୍ଷରୁ ଯାଞ୍ଚ କଡାକଡୀ କରାଯିବା ସହ ବାହାରୁ ଆସୁୁୁଥିବା ଲୋକ’ଙ୍କ କୋଭିଡ଼ ଚିହ୍ନଟ ପରିିିକ୍ଷଣ କରାଯାଉଛି ।ଦିନ ଓ ରାତିରେ ରାସ୍ତାରେ ପୋଲିସ ପଇଁତରା ମାରି ମାସ୍କ ପିନ୍ଧିବା , ଜନଗହଳି’କୁ ଏଡ଼ାଇବା ଓ ନାଇଟ କର୍ଫ୍ୟୁ ଉପରେ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି ବୋଲି ଏସପି. ଶ୍ରୀ ତପନ କୁମାର ପଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here