ଗଞ୍ଜାମ ଜିଲ୍ଲାପାଳଙ୍କ ବେଲଗୁଣ୍ଠା ଗସ୍ତ

0
335

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସକାଳ ୧୦.୩୦ମି ସମୟରେ ବେଲଗୁଣ୍ଠା ବ୍ଳକ୍ ଗସ୍ତରେ ଆସି ସମ୍ଭାବ୍ୟ ବାତ୍ୟା ର ସମୀକ୍ଷା କରିବା ସହିତ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରି ଫେରିଛନ୍ତି ।ବେଲଗୁଣ୍ଠା ବ୍ଳକ୍ ରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିର୍ମିତ ସ୍ମାର୍ଟ କ୍ଳାସ୍ ପରିଦର୍ଶନ କରିବା ସହିତ କାର୍ଯ୍ୟର ପ୍ରଶଂସା କରିଥିଲେ ।ପରେ ନେଟେଙ୍ଗା ପଞ୍ଚାୟତରେ ଥିବା ନିର୍ମାଣାଧିନ ସାର୍ବଜନୀନ ଆଦର୍ଶ ଗୁହାଳ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।ଏଥି ସହିତ ବ୍ଳକ୍ ରେ କିଛି ଏନ୍.ଆର୍.ଜି.ଏ କାର୍ଯ୍ୟସ୍ଥଳୀରେ ପରିଦର୍ଶନ କରିଥିଲେ ।ବ୍ଳକ୍ ର କରୋନା ସ୍ଥିତିର ସମୀକ୍ଷା କରିବା ସହିତ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୁଷଣ ମହାପାତ୍ରଙ୍କ ସହିତ କୋଭିଡ୍ ମୁକାବିଲା ନେଇ ଆଲୋଚନା କରିଥିଲେ ।ତତ୍ ସହିତ ଆଗାମୀ ୨୬ ରେ ସମ୍ଭାବ୍ୟ ବାତ୍ୟା ଆଖି ଆଗରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ବିଡିଓ ଶ୍ରୀ ମହାପାତ୍ରଙ୍କ ସହିତ ନେଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ଏବଂ ବ୍ଳକ୍ କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here