ମଦଦୋକାନ ଭଙ୍ଗା ଘଟଣାର ଗିରଫଦାରୀକୁ ବିରୋଧ କରି ଥାନା ଘେରାଉ

0
560

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ବିଦେଶୀ ମଦ ଦୋକାନ ଭଙ୍ଗାରୁଜା ପରେ ପୁଲିସର ଗିରଫଦାରୀ ପ୍ରତିବାଦରେ ଉତ୍ୟକ୍ତ ଗ୍ରାମବାସୀ କୋଷାଗୁମୁଡା ଥାନା ଘେରାଉ କରିଥିବା ଜଣାପଡିଛି । ଗତ କାଲି ସନ୍ଧ୍ୟା ସମୟ ରେ ଶତାଧିକ ସଂଖ୍ୟାରେ ମହିଳା ଓ ପୁରୁଷ ଥାନା କୁ ଘେରାଉ ରଖିଥିଲେ , ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହଇଛି । ସୂଚନା ଅନୁଯାୟୀ କୋଷାଗୁମୁଡା ଥାନା ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ଥିବା ବେଦେଶୀ ମଦ ଦୋକାନ କୁ ବନ୍ଦଦାବିରେ ଗତ ୨୦ ତାରିଖ ଦିନ ଉତ୍ୟକ୍ତ ଗ୍ରାମବାସୀ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ । ଏ ନେଇ କୋଷାଗୁମୁଡା ଥାନାରେ କେସ ୮୪/୨୧ରେ ପ୍ରାୟ ଶହେ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ମନୋହର ହରିଜନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଆଣିଥିଲା । ଏହା ପରେ ଗ୍ରାମବାସୀ ମାମଲା ପ୍ରତ୍ୟାହାର ଏବଂ ଗିରଫ ହୋଇଥିବା ଲୋକଙ୍କୁ ଛାଡ଼ିବା ଦାବିରେ ଥାନାକୁ ଘେରାଉ କରି ହୋହଲ୍ଲା କରିଥିଲେ । ହଠାତ୍ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଥାନା ଭିତରେ ପଶିବା ପରେ ପୁଲିସର ନିଦ ହଜିଯାଇଥିଲା । ପୁଲିସ ଥାନାର ମୁଖ୍ୟ ଫାଟକକୁ ବନ୍ଦ କରି ଥାନା ସମ୍ମୁଖରେ ଲାଇଟ୍ କୁ ବନ୍ଦ‌କରିଥିଲେ । ଗ୍ରାମବାସୀ ଅଭିଯୋଗ କରିଛନ୍ତି‌‌ ଆନ୍ଦୋଳନକାରି ଗ୍ରାମବାସୀ ଅନ୍ଧାରରେ ଥାନା ସମ୍ମୁଖରେ ବସି ରହିଥିବା ଦେଖିବାକୁ ମିଳିଥାଲା ଲୋକଙ୍କ ଗୋଟିଏ ଜିଦ୍‌ ମାମଲାପ୍ରତ୍ୟାହାର ଓ ଗିରଫ ବ୍ୟକ୍ତିମାନଙ୍କୁ ଛାଡିବା ସହିତ ଉକ୍ତ ବିଦେଶୀ ମଦ ଦୋକାନକୁ ତୁରନ୍ତ ବନ୍ଦ କରଯାଉ ବୋଲି ଗ୍ରାମବାସୀ ଜିଦରେ ରହିଛନ୍ତି । ସୂଚନାଯୋଗ୍ୟ ସନ୍ତୋଷପୁର ଗ୍ରାମରେ ବହୁ ବର୍ଷ ହେଲା ଗୋଟିଏ ବିଦେଶୀ ମଦ ଦୋକାନ ଖୋଲାଯାଇଛି , ଉକ୍ତ ଦୋକାନ ମଙ୍ଗଳ ବିଭାଗର ଆଶ୍ରମ ସ୍କୁଲର ଅତି ନିକଟରେ ଏବଂ ଗାଁ ମଝିରେ ରହିଛି । ଉକ୍ତ ବିଦେଶୀ ଦୋକାନରେ ମଦୁଆକୁ ଙ୍କ ଭିଡ଼ ଜମୁଥିବା ବେଳେ ସ୍କୁଲ ଯାଉଥିବା ଛାତ୍ରୀଙ୍କୁ ଅନେକ ସମୟରେ ମଦୁଆଙ୍କ ସାମ୍ନା କରିବାକୁ ପଡ଼ୁଛି , ତେଣୁ ଗ୍ରାମବାସୀ ବହୁ ଦିନ ହେଲା ସେଠାରୁ ଉକ୍ତ ବିଦେଶୀ ମଦ ଦୋକାନକୁ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲେ । କିନ୍ତୁ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରିବାରୁ , ଗତ ୨୦ ତାରିଖ ଦିନ ଗ୍ରାମର ଶତାଧିକ ପୁରୁଷ , ମହିଳା ଦୋକାନର ମଦ ସବୁ କୁ ଭଙ୍ଗାରୁଜା କରିବା ସହ ଦୋକାନର ବିଭିନ୍ନ ସାମଗ୍ରୀ ମଧ୍ୟ ଭାଙ୍ଗିଦେଇଥିଲେ । ଏବେ ଦେଖିବାକୁ ବାକିରହିଲା କି ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here