ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
308

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କର ଦାବିରେ ଆଜି ସିପିଆଇଏମ ପକ୍ଷରୁ ସ୍ଥାନୀୟ କାମାପଲ୍ଲୀ ଛକ ଠାରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।କରୋନା ମହାମାରୀ ସମୟରେ ଜନ ଜୀବନ ବିପର୍ଯୟ ହୋଇ ପଡିଥିବାବେଳେ ବିଜୁଳି ଟିକସ ବୃଦ୍ଧି ଲୋକଙ୍କୁ ଦାଉସାଧିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି।ପ୍ରତିଦିନ ଅସ୍ୱାଭାବିକ ଭାବେ ପେଟ୍ରୋଲ ଡିଜେଲ ର ଦରବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧିରେ ଲୋକେ ସନ୍ତୁଳିତ ହୋଇଥିବାବେଳେ ପୁଣି ଅହେତୁକ ବିଜୁଳି ଟିକସ ବୃଦ୍ଧି ସମ୍ପୂର୍ଣ ଜନବିରୋଧୀ ଓ ଅଗଣତାନ୍ତ୍ରିକ ବୋଲି ଦଳ ତରଫରୁ ଦୃଢ ପ୍ରତିବାଦ ହୋଇଛି। ବଡ ବଡ ଘରୋଇ କମ୍ପାନୀ ଓ ସନ୍ଥ ମାନଙ୍କୁ ବିଜୁଳି ଶୁଳ୍କ ବାବଦକୁ ବକେୟା ଥୀବା କୋଟିକୋଟି ଟଙ୍କା ଛାଡ କରାଯାଉଛି ଅଥଚ ବିଦ୍ୟୁତ ଉପଭୋକ୍ତା ଙ୍କ ଉପରେ ଅସହ୍ୟ ଟିକସ ବୃଦ୍ଧି କୁ ଦଳ ପକ୍ଷରୁ ଦୃଢ ବିରୋଧ କରାଯାଇଛି। ସାଉଥକୋ କୁ ଟାଟା କମ୍ପାନୀ ହାତରେ ସମର୍ପଣ କରି ଖାଉଟି ଶୋଷଣ ପ୍ରକ୍ରିୟା କୁ ଦୃଢ଼ୀଭୁତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି।
ବିଦ୍ୟୁତ ଭଲି ଏକ ଅତ୍ୟାବଶ୍ୟକୀୟ ସେବା ସନ୍ଥ କୁ ଘରୋଇ କରଣ କରିବା ପାଈଁ କେନ୍ଦ୍ର ସରକାର ଭାରତୀୟ ବିଦ୍ୟୁତ ଆଇନ ୨୦୨୦ ର ସଂଶୋଧନ କରାଯାଇଛି ବୋଲି ଦଳ ବିରୋଧ କରିଛି।ତୁରନ୍ତ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରି ଘରୋଇ କରଣ ପ୍ରକ୍ରିୟା ରୁ ନିବୃତ ରହିବାକୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here