ସତୁରୀ ଜଣ କାମବାଲି ମହିଳାଙ୍କୁ ପୀତବାସ ପଣ୍ଡାଙ୍କ ଚାଉଳ ବଣ୍ଟନ

0
531

ବ୍ରହ୍ମପୁର: କରୋନା କାଳ ରେ ଘରୋଇ କାମବାଲି ମହିଳା ମାନେ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟ ହୋଇପଡିଛି l କରୋନା ସଂକ୍ରମଣ ଭୟରେ ଘର ମାଲିକ ମାନେ ଏହି ବର୍ଗର ମହିଳାଙ୍କୁ ନିଜନିଜ ଘର ମାନଙ୍କରେ କାମରୁ ଛଟେଇ କରି ଦେଉଛନ୍ତି l ଏହି ପରିପ୍ରେକ୍ଷୀରେ ବହୁତ କଷ୍ଟ ରେ ପରିବାର ଚଳାଉଥିବା ପ୍ରାୟ ସତୁରୀ ଜଣ କାମବାଲି ମହିଳାଙ୍କୁ ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ଆଜି ଗୋଟିଏ ଗୋଟିଏ 25kg ଚାଉଳ ବସ୍ତା ପ୍ରଦାନ କରିଛନ୍ତି lଏହି କାର୍ଯ୍ୟକ୍ରମକୁ ଶ୍ରମିକ ନେତା ଶ୍ରୀ ଭୋକଲି ସେଠି, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ,ରଞ୍ଜନ ତରେଇ,ପୂର୍ଣ୍ଣ ଚନ୍ଦ୍ର ହୋତା,ସୁନୀଲ ଜେନା,ଅନିରୁଦ୍ଧ ପାତ୍ର,ପ୍ରଶାନ୍ତ ସାହୁ, କୃଷ୍ଟ ମହାପାତ୍ର,ପ୍ରଫୁଲ୍ଲ ଘଡେଇ, ଆରତୀ ପଟ୍ଟନାୟକ, ଶ୍ରୁତିମୟୀ ପଟ୍ଟନାୟକ, ପ୍ରମୁଖ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here