ବ୍ରହ୍ମପୁରରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଛତ୍ରପୁରକୁ ସ୍ଥାନନ୍ତର ନିଷ୍ପତ୍ତିକୁ ବିରୋଧ। ଆନ୍ଦୋଳନ ପାଇଁ ସଜବାଜ।

0
624

ବ୍ରହ୍ମପୁର,୩୧/୭( ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ସହରରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ସଦର ମହକୁମା ଛତ୍ରପୁରକୁ ସ୍ଥାନାନ୍ତର କରିବା ନେଇ ଜିଲ୍ଲା ପ୍ରଶାସନ ଯୋଜନା ରଖିଛି। ଏନେଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ରାଜ୍ୟରେ ସବୁ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ମିଶାଇବା ସହିତ ଜିଲ୍ଲା ମୁଖ୍ୟାଳୟରେ ରଖିବା ପାଇଁ ଯୋଜନା କରାଯାଇଛି। ସେହିଭଳି 7ଟି ସ୍ଥାନରେ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି। ଏହି କ୍ରମରେ ବ୍ରହ୍ମପୁରରୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଛତ୍ରପୁରକୁ ସ୍ଥାନାନ୍ତର କରାଯିବା ଏକରକମର ଚୂଡାନ୍ତ ହୋଇଥିବା ଜଣାପଡିଛି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ଓ ଶିକ୍ଷକମାନେ। ପୂର୍ବରୁ ଅନୁରୂପ ଭାବେ ବିଇଓ ବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ବ୍ରହ୍ମପୁରରୁ କନିଷିକୁ ସ୍ଥାନାନ୍ତର କରାଯାଇଛି। 2016ମସିହାରେ ପ୍ରାୟ ଦୁଇ କୋଟି ଟଙ୍କା ବିନିଯୋଗରେ ବ୍ରହ୍ମପୁର ଗିରିରୋଡ଼ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଇ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା। ଏବେ ମାତ୍ର 3ବର୍ଷ ମଧ୍ୟରେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ବୁଦ୍ଧିଜୀବୀ। ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ବିଭିନ ଗଣ ସଂଗଠନ ଏକଜୁଟ ହେଉଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here