ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର

0
351

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ରବୀନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି।ମିଳିଥିବା ସୂଚନା ମୁତାବକ ଗେରେଡ଼ା ଗ୍ରାମର ରବୀନ୍ଦ୍ର ଏକ ଅଟୋ ଯୋଗେ କୌଣସି କାମରେ ଭଞ୍ଜନଗର ଆସୁଥିବା ବେଳେ ଗୋଲା ପଡା ନିକଟରେ ଉକ୍ତ ଅଟୋ କୁ ଏକ ଅଜଣା ପିକଅପ ଭ୍ୟାନ ଧକ୍କା ଦେଇ ଚାଲି ଯାଇଥିଲା ।ଫଳରେ ଅଟୋର ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଥିବା ବେଳେ ଚାଳକ ବର୍ତ୍ତି ଯାଇଥିଲେ।ପଛରେ ବସିଥିବା ରବୀନ୍ଦ୍ର ଗୁରୁତର ଭାବେ ଆହତ ହୋଇଥିଲେ।ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ପଠାଇଥିଲେ।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here