ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

0
333

ଭୁବନେଶ୍ୱର:ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ କଟକ ଓ ବାଲେଶ୍ୱର ଏସ୍‌ପିଙ୍କୁ ବଦଳି ହୋଇଛନ୍ତି । ବାଲେଶ୍ୱର ଏସ୍‌ପି ବି ଯୁଗଳ କିଶୋର ବନୋଥଙ୍କୁ କଟକ (ଗ୍ରାମାଞ୍ଚଳ) ଏସପି ଭାବେ ବଦଳି ହୋଇଛନ୍ତି । ସେହିପରି କ୍ରାଇମବ୍ରାଞ୍ଚ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ବଦଳି କରାଯାଇଛି । ଏଥିସହିତ ଅଗ୍ନିଶମ ଡିଜି ସୁନୀଲ କୁମାରଙ୍କ ଅବସର ପରେ ତାଙ୍କ ସ୍ଥାନରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ସତ୍ୟଜିତ୍ ମହାନ୍ତିଙ୍କ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଫଳରେ ଶ୍ରୀ ମହାନ୍ତି ଅଗ୍ନିଶମ ସେବା ସହ ହୋମଗାର୍ଡ଼ କମାଣ୍ଡାଣ୍ଡ ଜେନେରାଲ ଭାବେ ଦାୟିତ୍ୱ ତୁଲାଇବେ । ସେହିପରି ଆଇପିଏସ ଅରୁଣ ବୋଥ୍ରାଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ସୁରକ୍ଷା ପରିବହନ ନିଗମର ସିଏମଡ଼ି ଭାବେ ସଂପୂର୍ଣ୍ଣ ଭାବେ ନିଯୁକ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here