ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସରେ ଗରିବ ବ୍ରାହ୍ମଣ ଓ ପୂଜକଙ୍କୁ ପୀତବାସ ପଣ୍ଡାଙ୍କ ଚାଉଳ ପ୍ରଦାନ

0
536

ବ୍ରହ୍ମପୁର: ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସକୁ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତରଫରୁ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ କରୋନା ଜନିତ ଅସୁବିଧାରୁ ବ୍ରହ୍ମପୁର ସହରର ବିଭିନ୍ନ ମନ୍ଦିରର ପୂଜକ ଓ ଗରିବ ବ୍ରାହ୍ମଣ ଙ୍କୁ ଗୋଟିଏ ଗୋଟିଏ ଚାଉଳ ବସ୍ତା ସଭାପତି ଶ୍ରୀ ପୀତବାସ ପଣ୍ଡା ପ୍ରଦାନ କରିଥିଲେ l ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଦେଶ ପ୍ରତି ଥିବା ଅବଦାନ ତଥା କମ୍ପୁଟରୀ କରଣ,18 ବର୍ଷ ଭୋଟ ଦାନ ଅଧିକାର, ତିନି ସ୍ତରୀୟ ପଞ୍ଚାୟତି ବ୍ୟବସ୍ଥା, ଜାତୀୟ ଶିକ୍ଷାନୀତିର ପ୍ରଚଳନ, ନବୋଦୟ ବିଦ୍ୟାଳୟ ବ୍ୟବସ୍ଥା, ଦଳ ବିରୋଧୀ ଆଇନର ପ୍ରଚଳନ ପ୍ରଭୁତି ବିଷୟରେ ଆଲୋଚନା କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ପ୍ରାୟ ପଚାଶରୁ ଉର୍ଦ୍ଧ ବ୍ରାହ୍ମଣ ଓ ପୂଜକଙ୍କୁ ଚାଉଳ ଦିଆ ଯାଇଥିଲା, କାର୍ଯ୍ୟକ୍ରମକୁ ଶ୍ରମିକ ନେତା ଭୀମରାଜୁ ରେଡି, ଉଦୟ ପାଣିଗ୍ରାହୀ, ଆରତୀ ପଟ୍ଟନାୟକ, ସୁନିତା ସାହୁ, ଅନିରୁଦ୍ଧ ପାତ୍ର, ପ୍ରଶାନ୍ତ ସାହୁ, କୃଷ୍ଠ ମହାପାତ୍ର, ପ୍ରଫୁଲ୍ଲ ଘଡେଇ, ପ୍ରଭୁତି ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here