ପରିତ୍ୟକ୍ତ କୂଅରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

0
441

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଥାନା ଅନ୍ତର୍ଗତ ସହରର ଖାଲାସି ସାହିରୁ ଗୁରୁବାର ପୋଲିସ ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ।ମୃତ ମହିଳାଙ୍କ ନାମ ମନୁ ସେଠି(୪୫) ବୋଲି ଜଣାପଡ଼ିଛି। ମୃତକଙ୍କ ଗୋଡ଼ରେ ଏକ ପ୍ଲାଷ୍ଟିକ ରଶି ବନ୍ଧା ହୋଇଥିବା ବେଳେ ଶରୀର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଆତ୍ମହତ୍ୟା ନହୋଇ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ସେ ଏଠାରେ ଗତ କିଛି ବର୍ଷ ହେଲା ତାର ସାବତ ପୁଅ ପି. ନାରାୟଣ ରାଓ(୨୦) ସହ ରହୁଥିଲେ। ପୁଅ କିଛିକାମ କରୁ ନ ଥିବାରୁ ଅଧିକାଂଶ ସମୟରେ ମାଆ ପୁଅ ମଧ୍ୟରେ ଟଙ୍କା ପଇସା କୁ ନେଇ ପାଟିତୁଣ୍ଡ ହେଉଥିବା ସାହି ପଡିଶା ପ୍ରକାଶ କରିଛନ୍ତି। ଗତ ତିନିଦିନ ହେବ ମନୁକୁ କେହି ସାହି ପଡିଶା ଦେଖି ନଥିବା ବେଳେ ଘର ବାହାରେ ତାଲା ପଡିଥିଲା। ଗୁରୁବାର ସକାଳେ ଜଣେ ପଡୋଶୀ ଛାତ ଉପରେ ବୁଲୁଥିବା ବେଳେ କୂଅରେ ଏକ ମୃତ ଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ପାଇଁ ପୋଲିସ ଛତ୍ରପୁର ରୁ ସାଇଣ୍ଟିଫିକ ଟିମକୁ ଡକାଇଥିଲେ। ଘରର ବିଭିନ୍ନ ଜିନିଷ ପତ୍ର ପରୀକ୍ଷା କରିବା ସହ ସାଇଣ୍ଟିଫିକ ଟିମ କିଛି ନମୁନା ସଂଗ୍ରହ କରିଥିଲା। ଘଟଣା ସ୍ଥଳରେ ଭଞ୍ଜନଗର ଏଏସପି ବିଜୟ କୁମାର ମଲ୍ଲିକ, ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ଏସଆଇ ସମୀର କୁମାର ବେହେରା ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ମିଶି ଦୀର୍ଘ ସମୟ ପରେ ସନ୍ଧ୍ୟାରେ ମୃତଦେହକୁ କୂଅରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟି କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଉପରୁ ରହସ୍ୟ ଉନ୍ମୋଚନ ହେବ ବୋଲି ଏଏସ୍ପି ବିଜୟ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ଏ ନେଇ କେଶ ନଂ୨୦୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here