୩୦କ୍ୱିଣ୍ଟାଲ ଗଞ୍ଜେଇ ଜବତ,୪ ଅଭିଯୁକ୍ତ ଗିରଫ

0
794

ବଡ଼ଗଡ଼ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜେଇ ଚୋରା ଚାଲାଣର କରିଡର ପାଲଟିଥିବା ଗଂଜାମ ଓ ଗଜପତି ଜିଲ୍ଲା ସୀମାନ୍ତରେ ଏକ ବଡ ଧରଣର ଚୋରା ଗଞ୍ଜେଇ ଚାଲାଣ ରାକେଟର ପର୍ଦାଫାସ କରିବାରେ ସଫଳ ହୋଇଛି ବଡଗଡ ଥାନା ପୋଲିସ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଞ୍ଚଳରେ ପୋଲିସ ଚୋରା ଚାଲାଣ ହେଉଥିବା ମୋଟ ୩୦କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ ରାଏଙ୍କ ସୂଚନା ମୁତାବକ ଗିରଫ ଅଭିଯୁକ୍ତମାନେ ଉଭୟ ଗଂଜାମଓ ଗଜପତି ଜିଲ୍ଲାର। ସେମାନେ ହେଲେ ପଣସପଦା ଗ୍ରାମର ଜାକବ ମାଝୀ, ଚୂଡ଼ଙ୍ଗପୁର ଗ୍ରାମର ମୋଜେଶଗମାଙ୍ଗୋ, ସିନ୍ଧୁ ଗମାଙ୍ଗୋ ଓ ଅନ୍ତରବା ଗ୍ରାମର ମାନୁଆଲ ମଣ୍ଡଳ। ପୋଲିସଘଟଣାସ୍ଥଳରୁ ଗଞ୍ଜେଇ ବୋଝେଇ ୨ଟି ଟ୍ରକ, ଗୋଟିଏ ବୋଲେରୋ ଓ ଗୋଟିଏ କାରକୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ମାଫିଆମାନେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା- କନ୍ଧମାଳ,ଗଂଜାମ, ଗଜପତି, ମାଲକାନଗିରିରୁ ଗଞ୍ଜେଇ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରିଥାନ୍ତି। ଅଭିଯୁକ୍ତମାନେ ବ୍ୟାପକ ପରିମାଣର ଗଞ୍ଜେଇକୁ କେମିତି ଏକତ୍ର କରିଥିଲେ ଏବଂ ଏହାକୁ କିଭଳି ବାହାରକୁ ଚାଲାଣ କରିଥାନ୍ତେ ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here