ଖଲ୍ଲିକୋଟରେ ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ, ୪କର୍ମଚାରୀ ଆହତ, ୨ ଗିରଫ

0
406

ଖଲ୍ଲିକୋଟ( ନ୍ୟୁଜଏକ୍ସଟ୍ରା) ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମରେ ଆଜି ସନ୍ଧ୍ୟାରେ କେତେକ ଅସାମାଜିକ ବ୍ୟକ୍ତି ଅବକାରୀ ଷ୍ଟ୍ରାଇକିଙ୍ଗ ଫୋର୍ସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ୪ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଲକ ଡାଉନ ର ସୁଯୋଗ ନେଇ ଚୋରା ମଦ ମାଫିଆ ମାନେ ସେମାନଙ୍କ ବେଆଇନ ମଦ ବ୍ୟବସାୟ ବେଫିକର ଚଲାଇ ଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଧରିବା ପାଇଁ ଅବକାରୀ ଷ୍ଟ୍ରାଇକିଙ୍ଗ ଫୋର୍ସ ଚଢ଼ାଉ କୁ ଜୋରଦାର କରିଛି । ଆଜି ଚିକିଲି ଗ୍ରାମରେ ଚାଲିଥିବା ବେଆଇନ ଚୋରା ମଦ ବେପାରୀଙ୍କୁ ଧରିବାକୁ ଯାଇଥିବା ବେଳେ ଚିକିଲି ଗ୍ରାମ ନିକଟବର୍ତ୍ତି ଏକ ଆମ୍ବ ତୋଟା ନିକଟରେ ୫ ରୁ ୬ ଜଣ ଅସାମାଜିକ ବ୍ୟକ୍ତି ଏକ କାର ଭିତରେ କିଛି ଆଲୋଚନା କରୁଥିଲେ । ସେମାନେ ଅବକାରୀ କର୍ମଚାରୀଙ୍କୁ ଦେଖି ହଠାତ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଧସ୍ତାଧସ୍ତି ମଧ୍ୟରେ ୪ ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିବା ବେଳେ ୨ ଜଣ ଅସାମାଜିକ ବ୍ୟକ୍ତି ଙ୍କୁ ଧରିବାରେ ସଫଳ ହୋଇଥିଲେ ଅବକାରୀ ଷ୍ଟାଫ । ସେପଟେ ଅନ୍ୟ ୪ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଆହତ ୪ ଅବକାରୀ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ୨ ଜଣ ଅସାମାଜିକ ବ୍ୟକ୍ତିଙ୍କ ସହ ସେମାନେ ବ୍ୟବହାର କରୁଥିବା କାର ନମ୍ବର OD 02 Z 1575 କୁ ପୋଲିସ ଜିମା ଦେଇଥିଲେ । ଖଲ୍ଲିକୋଟ ଥାନା କେସ ନମ୍ବର ୨୮୧/୨୦୨୧ ଅନୁଯାୟୀ ଏକ ମାମଲା ରୁଜୁ କରି କାର କୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି । ଛତ୍ରପୁର ଅବକାରୀ ସଦର ନିରୀକ୍ଷିକା ଦୀପ୍ତିମୟୀ ସାହୁ, ଖଲ୍ଲିକୋଟ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ଷ୍ଟ୍ରାଇକିଙ୍ଗ ଫୋର୍ସ ଚଢ଼ାଉ ପାଇଁ ଚିକିଲି ଯାଉଥିବା ବେଳେ ଏହି ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ଖବର ପାଇ ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରା, ଜିଲ୍ଲା ଭ୍ରାମ୍ୟମାଣ ନିରିକ୍ଷିକା ପ୍ରିତିଧରା ନାୟକ ଖଲ୍ଲିକୋଟ ଥାନରେ ପହଁଚି ଉକ୍ତ ଘଟଣାରେ ସଂପୃକ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଲକ୍ ଡାଉନ ର ସୁଯୋଗ ନେଇ ଖଲ୍ଲିକୋଟ ଅଞ୍ଚଳରେ ବେଆଇନି ମଦ କରବାର ବଢି ଯାଇଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ଭବିଷ୍ୟତରେ ଜାରି ରହିବ ବୋଲି ଉପ ଅଧୀକ୍ଷକ ଶ୍ରୀ ବେହେରା କହିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here