ବିଜେଡି ଯୁବନେତା କାହ୍ନୁ ଚରଣ ପାତ୍ରଙ୍କ ମାତୃ ବିୟୋଗ

0
310

ବ୍ରହ୍ମପୁର : ବିଜେଡି ଯୁବ ନେତା କାହ୍ନୁ ଚରଣ ପାତ୍ର ଙ୍କ ମାତା ତଥା ସମାଜସେବୀ ଜ୍ୟୋସ୍ନା ରାଣୀ ପାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଶ୍ରୀମତୀ ପାତ୍ରଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଶ୍ରୀମତୀ ପାତ୍ରଙ୍କୁ ପୂର୍ବରୁ ଆସ୍ଥାମା ରୋଗ ଥିବା ବେଳେ ଆଜି ହଠାତ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ସଂଗେ ସଂଗେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତ୍ର ୮.୩୦ ମିନଟ ସମୟରେ ମୃତ୍ୟୁ ଘଟିଛି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ଦୁଇ ପୁଅ ଶ୍ରୀକାନ୍ତ ପାତ୍ର, କାନହୁ ପାତ୍ର, ତିନୋଟି ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ଶୁଣି ସହରର ବହୁ ବୁଦ୍ଧିଜୀବୀ, ରାଜନେତା ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here