ହୃଦଘାତରେ ସାମ୍ବାଦିକଙ୍କ ମୃତ୍ୟୁ

0
604

କୋଦଳା(ଭଞ୍ଜ କିଶୋର ମହାରଣା) ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ଦିବାକର ପାଣ୍ଡୀ (ବାବୁଲା) ଙ୍କ ହୃଦଘାତରେ ମୃତ୍ୟୁ ଘଟିଛି l ସେ ଗତ ରାତ୍ରରେ ଅସୁସ୍ଥ ଅନୁଭବ ହେବାରୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ଡାକ୍ତର ଚିକିତ୍ସା କରି ବ୍ରହ୍ମପୁର ପଠାଇଥିଲେ ତେବେ ବ୍ରହ୍ମପୁର ନେବା ବେଳେ ଅଧାବାଟରେ ଦିବାକରଙ୍କ ପ୍ରାଣବାୟୁ ଚାଲିଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା l ସେ ‘ଓଡିଶା ଏକ୍ସପ୍ରେସ’ ଖବର କାଗଜର ସାମ୍ବାଦିକ ଥିଲେ l ଏବଂ ମୃତ୍ୟୁ ସମୟରେ ପରିବାରର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ l ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାରକୁ ସାନ୍ତ୍ୱନା ଦେଇଥିଲେ l ଗ୍ରାମ ସ୍ମସାନ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶବଦାହ କରାଯାଇଛି l କୋଦଳା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଭଗବାନ ପାଢ଼ୀ, ଉମା ମହାରଣା, ବିକାଶ କୁମାର ଦାସ, ଟୁନା ପାଢ଼ୀ, ରାକେଶ ମହାରଣା ପ୍ରମୁଖ ତାଙ୍କ ଶୋକସନ୍ତପ୍ତ ପରିବାରର ନିକଟରେ ପହଞ୍ଚି ଶୋକ ବ୍ୟକ୍ତ କରିଥିଲେ l

LEAVE A REPLY

Please enter your comment!
Please enter your name here