ବିବାହିତା ମହିଳାଙ୍କ ଆତ୍ମହତ୍ୟା

0
616

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ତାରାସିଂ ଥାନା ଅଧିନ ଗାଲେରୀ ଫାଣ୍ଡି ଅନ୍ତର୍ଗତ ଗାଲେରୀ ଢେପସାହି ରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଉଛନ୍ତି ସନ୍ୟାସୀ ଗୈାଡ ଙ୍କ ସ୍ତ୍ରୀ ସୁନିତା ଗୈାଡ (୨୭) । ସନ୍ୟାସୀ ସୁରଥ ରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ଓ ତାଙ୍କର ୮ବର୍ଷ ଏବଂ ୩ ବର୍ଷ ର ଦୁଇ ପୁଅ ଗାଁ ରେ ରହୁଥିଲେ। ତେବେ ବୁଧବାର ଦିନ ସୁନିତା ଙ୍କ ଦିଅର ର ବାହାଘର ହେଉଥିବା ବେଳେ ପାରିବାରିକ ଅଶାନ୍ତି କୁ କେନ୍ଦ୍ରକରି ଘରଭିତରେ ଫେନ୍ ରେ ରସି ଲଗାଇ ସୁନିତା ଆତ୍ମହତ୍ୟା ଜଣାପଡିଛି। ଅପରପକ୍ଷରେ ଶାଶୁଘର ଲୋକେ ଅସହ୍ୟ ନିର୍ଯ୍ୟାତନା ଦେଉଥିବାରୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ନେଇ ମୃତ ମହିଳା ଙ୍କ ବାପା ଚାକୁଣ୍ଡାପଲ୍ଲୀ ଗ୍ରାମର ମୋଚିରାମ ଗୈାଡ ତାରାସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଲେରୀ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚି ସୁନିତାର ମୃତ ଦେହ କୁ ଜବତ କରିବା ସହ ଭଞ୍ଜନଗର ମେଡ଼ିକାଲ କୁ ବ୍ୟବଛେଦ ପଠାଇଛି । ଏନେଇ ତାରସିଂ ଥାନା କେସ ନଂ ୧୧୩/୨୧ ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଦିପ କୁମାର ଦାଶ ସୁଚନା ଦେଇଛନ୍ତି

ରିପୋର୍ଟ/ ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here