ମହୁଲପଲ୍ଲୀ ଗ୍ରାମରେ ସିଞ୍ଚନ ହେଲା ଜୀବାଣୁ ଶୁନ୍ୟକାରୀ ଔଷଧ

0
282

ବୁଗୁଡା:ବୁଗୁଡା ବ୍ଲକର ଅରଖପୁର ପାଞ୍ଚାୟତ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମର ବାବୁରାମ ବିଷୋୟୀ ଆଠ ଦିନରୁ ଉର୍ଦ୍ଧ୍ବ ସମୟ ଜ୍ଵର ଓ କାଶରେ ପୀଡ଼ିତ ହୋଇ ଗତ ମଇ ୧୬ ତାରିଖ ଦିନ ପୂର୍ବ ରାତ୍ରରେ ମୃତ୍ୟୁ ବରଣ କରିଥିଲେ। ଜ୍ୱର ଓ କାଶ ହୋଇ ମୃତ୍ୟୁ ବରଣ କରିଥିବା ଯୋଗୁଁ ଗ୍ରାମଲୋକେ ମୃତ ବାବୁରାମ ଙ୍କ ଶବ ସଂସ୍କାର କରିବାକୁ ଯାଇନଥିଲେ। ଯାହା ଫଳରେ ବୁଗୁଡା ବ୍ଲକର ଯୁବ ଉପାଧ୍ୟକ୍ଷ ତଥା ନିକଟସ୍ଥ ଅରଖପୁର ଗ୍ରାମବାସୀ ଟୁକୁନା ସ୍ଵାଇଁ ନିଜ ଗ୍ରାମର କେତେକ ଯୁବକଙ୍କୁ ସାଥିରେ ଆଣି ପିପିଇ କିଟ୍ ପରିଧାନ କରି ସ୍ବର୍ଗତ ବିଷୋୟୀଙ୍କ ଶବକୁ ଶ୍ମଶାନକୁ ନେଇ ଦାହ କରିଥିଲେ। କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଭୟଭୀତ ହୋଇଥିବା ଯୋଗୁଁ ଉପାଧ୍ୟକ୍ଷ ଶ୍ରୀ ଜେନା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ମହୁଲପଲ୍ଲୀ ଗ୍ରାମ ସାନିଟାଇଜରସନ କରିବାକୁ ଅନୁରୋଧ କରିଥିଲେ। ବିଡ଼ିଓଙ୍କ ନିର୍ଦ୍ଦେଶ ପ୍ରକାରେ ମଇ ୧୯ ତାରିଖ ସକାଳେ ବୁଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ମହୁଲପଲ୍ଲୀ ଗ୍ରାମରେ ଔଷଧ ସିଞ୍ଚନ କରି ଗ୍ରାମକୁ ଜୀବାଣୁ ମୁକ୍ତ କରିଥିଲେ। ସୁଶାନ୍ତ, ରତ୍ନାକର, ଶିଶିର, ରମଣ, ରଞ୍ଜନ ଓ ଅନ୍ୟାନ୍ୟ ଗ୍ରାମବାସୀ ବୃନ୍ଦ ସାନିଟାଇଜରସନ କରିବାରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here