ବୃଦ୍ଧା ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0
256

ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମଣ୍ଡାକିଆ ପଂଚାୟତ ର କାମ୍ବା ଗୁଡ଼ା ଗ୍ରାମ ର ସରୋଜିନୀ ପ୍ରଧାନ(୭୨) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ରାଇକିଆ ପୋଲିସ୍ ଉଦ୍ଧାର କରିଛି । ବୃଦ୍ଧଙ୍କୁ ତାଙ୍କର ମାନସିକ ବିକାର ଗ୍ରସ୍ତ ନାତି ମନୋଜ ପ୍ରଧାନ ହତ୍ୟା କରିଥିବା ନେ଼ଇ ଅଭିଯୋଗ ହୋଇଛି । ଶୁକ୍ରବାର ରାତ୍ରରେ ଖାଇବାକୁ ଦେବାରେ ବିଳମ୍ବ କରିବାକୁ ନେଇ ଉତ୍ୟକ୍ତ ନାତି ଜେଜେମା କୁ ମାଡ଼ ମାରିଥିଲା ଏବଂ ଘରୁ ବାହାରକୁ ଚାଲିଯାଇଥିଲା । ଘରେ କେବଳ ଜେଜେମା ଏବଂ ନାତି ରହୁଥିବାରୁ ଘଟଣାସଂପର୍କରେ ସକାଳ ପର୍ଯ୍ୟନ୍ତ ଜଣାପଡିଥିଲା ।ସକାଳୁ ବୃଦ୍ଧା ଙ୍କର ମୃତ ଦେହ ଘରେ ପଡିରହିଥିବା ଏବଂ ଘର ବାହାରେ ନାତି ଥିବା ଦେଖି ଗ୍ରାମ ବାସୀ ପୋଲିସ କୁ ଜଣାଇବା ପରେ ରାଇକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ନାତି କୁ ଅଟକ ରଖିଛି । ଏ ନେଇ କେସ ନଂ ୧୧/୨୨ ରେ ଏକ ମାମଲା ରୁଜୁ କରିଛି ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here