ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଘରକୁଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍

0
240

ବେଲଗୁଣ୍ଠା: ଜାତୀୟ ସ୍ତରରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଓଡ଼ିଶାରେ କିନ୍ତୁ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି I ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଳକ୍ ଏବଂ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଘରକୁ ଘରକୁ ବୁଲି ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି I ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ନମ୍ବର୍ 677/17-05-21 ର ନିର୍ଦ୍ଦେଶ ପ୍ରକାରେ ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଘରକୁ ଘର ବୁଲି ସ୍ଵାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି I ବେଳେ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଶା କର୍ମୀ ଏସ୍.ଅପରାଜିତା ରେଡ୍ଡୀ, ଏମ୍ ସସ୍ମିତା,ସନ୍ତୋଷିନୀ ବେହେରା, ଟ୍ୟାକ୍ସ କଲେକ୍ଟର୍ ସନ୍ତୋଷ କୁମାର ପଣ୍ଡା, ଏଟିଏସ୍ ମହେନ୍ଦ୍ର ଦାସ,ତ୍ରିନାଥ ମହାପାତ୍ର ,ଓଟିଏସ୍ ରବିନ୍ଦ୍ର ତ୍ରିପାଠି, ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ଗୟାଚାନ୍ଦ୍ ସାହୁ ଏବଂ ପିଅନ୍ ପ୍ରମୁଖ ତିନୋଟି ଟିମ୍ ରେ ବିଭକ୍ତ ହୋଇ ସହରର ବିଭିନ୍ନ ସାହିରେ ଘରକୁଘର ବୁଲି ଲୋକଙ୍କର ଲକ୍ଷଣ ଏବଂ ଅମ୍ଳଜାନ ସ୍ତର ଯାଞ୍ଚ୍ କରିଥିଲେ I ଏମ୍ଆଇଏସ୍ ସୁଶାନ୍ତ କୁମାର ମିଶ୍ର ତଥ୍ୟ ସଂରକ୍ଷଣରେ ସହଯୋଗ କରିଥିଲେ I ଆଜି ସହରର ଚଷା ସାହି, କୋଳି ସାହି ଏବଂ ରେଡୀକା ସାହିରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରାଯାଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ସାହିରେ ଯାଞ୍ଚ୍ ପ୍ରକ୍ରିୟାକୁ ଜୋରଦାର୍ କରାଯିବ ବୋଲି କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here