ବୁଗୁଡ଼ାରେ ବିଧାୟକଙ୍କ କୋଭିଡ ସମୀକ୍ଷା ବୈଠକ

0
270

ବୁଗୁଡା (ନ୍ୟୁଜଏକ୍ସଟ୍ରା) ବୁଗୁଡା ବିଡ଼ିଓଙ୍କ କାର୍ଯ୍ୟାଳୟ ପରିସରରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମଇ ୧୯ ତାରିଖ ଦିନ କୋଭିଡ ସଂକ୍ରମଣ ବିଷୟ ନେଇ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଓ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଙ୍କ ସହ ବିଧାୟକ ଶ୍ରୀ ସାହୁ ବୁଗୁଡା ଏନଏସି ଓ ବୁଗୁଡା ବ୍ଲକ ରେ କୋଭିଡ଼ ସଂକ୍ରମଣ ଓ ମୃତ୍ୟୁ ହାର ବୃଦ୍ଧି ବିଷୟ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଯେଉଁ ମାନେ ନିଜ ଗୃହରେ ପୃଥକ ବାସରେ ରହିଛନ୍ତି ସେମାନଙ୍କୁ ଆର.ଆର.ଟି. ଟିମ୍ ପ୍ରତ୍ୟେକ ଦିନ ଯେପରି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ ସେଥିପାଇଁ ଗୁରୁତ୍ୱ ଦିଆ ଯାଇ ଥିବା ବେଳେ କୋଭିଡ ନିୟମକୁ କଡାକଡି ପାଳନ କରି କରୋନା ସଂକ୍ରମଣ ରୋକିବାକୁ କଣସବୁ ପଦକ୍ଷେପ ଗ୍ରହଣ କରାଯିବ ସେହି ବିଷୟ ନେଇ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ମଦନ ଗୋପାଳ ଦୋରା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here