ଶରତ ସାହୁ ହେଲେ ଅଖିଳ ଭାରତୀୟ ଜନକଲ୍ଯାଣକାରୀ ପରିଷଦର ପ୍ରଦେଶ ଅଧ୍ଯକ୍ଷ

0
258

ବ୍ରହ୍ମପୁର: ଅଲ ଇଣ୍ଡିଆ ପବ୍ଲିକ ୱେଲଫେୟାର କାଉଁସିଲ ହେଲା ଏକ ସ୍ୱାଧୀନ ସଂସ୍ଥା। ଭାରତ ସରକାରଙ୍କ ବିକାଶକୁ ସଠିକ ଧାରାରେ ତୃଣମୂଳ ସ୍ତରରେ ପହଞ୍ଚିଲେ ଦେଶର ବିକାଶ ସମ୍ଭବ। କୌଣସି ଯୋଜନା ସଠିକ ଭାବରେ ହୀତାଧିକାରି ପାଖରେ ଏବଂ ମଂଗଳମୟ ସାମୁହିକ ଯୋଜନା ଗ୍ରାମ ଓ ସହରର ସବୁଠାରୁ ମୌଳିକ ସ୍ତର ୱାର୍ଡର ଜନସାଧାରଣ ପାଖରେ ପହଞ୍ଚିବା ଆବଶ୍ଯକ। ଦେଶର ଅଗ୍ରଗତି ଓ ବିକାଶକୁ କେହି ପ୍ରତିରୋଧ କରିଲେ ପ୍ରକୃତ ପକ୍ଷେ ତାହା ବିକାଶ ନୁହେଁ ବୋଲି ଭାରତର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୃଦବୋଧ କରିଛନ୍ତି। ଏଣୁ “ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ୱାସ” ନାରା ଅନୁଯାୟୀ ବିଭିନ୍ନ କାର୍ଯ୍ଯ ଓ ଯୋଜନା ସମ୍ପାଦନ କରିଛନ୍ତି। ଏହି ସବୁ କେନ୍ଦ୍ରୀୟ ଯୋଜନା ବାସ୍ତବରେ ତୃଣମୂଳ ସ୍ତରରେ ପହଞ୍ଚୁଛି କି’ନାହିଁ ତାହାର ମୂଲ୍ଯାୟନ ଏବଂ ଆକଳନ ଏହି ସ୍ୱାଧୀନ ସଂସ୍ଥା ତୃତୀୟପକ୍ଷ ଭାବରେ ତଦାରଖ କରିବା ସହ ବିହିତ ବ୍ଯବସ୍ଥା କରିବାର ଲକ୍ଷ୍ଯ ଓ ଉଦ୍ଦେଶ୍ଯରେ ଗଠନ ହୋଇଛି। ଏହାକୁ ଓଡିଶା ରାଜ୍ଯରେ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବରିଷ୍ଠ ସମାଜସେବୀଙ୍କୁ ପ୍ରଦେଶ ଅଧ୍ଯକ୍ଷ ରୂପେ ନିଯୁକ୍ତି କରିଥିବା ପତ୍ରମାଧ୍ଯମରେ ଜଣାଇଛନ୍ତି।‌ ଶରତ ସାହୁ ବାଲସ୍ୱଂୟ ସେବକ ଭାବରେ ରାଷ୍ଟ୍ରଗଠନ କାର୍ଯ୍ଯରେ ନିଜକୁ ନିୟୋଜିତ ରଖିବାର କାର୍ଯ୍ଯ ଆରମ୍ଭ ଶୈଶବ କାଳରୁ ଆରମ୍ଭ କରିଛନ୍ତି। ପରବର୍ତ୍ତି କ୍ଷେତ୍ରରେ ଅଖିଳଭାରତୀୟ ବିଦ୍ଯାର୍ଥୀ ପରିଷଦରେ ବହୁବର୍ଷ ଧରି ସକ୍ରିୟତାର ସହ ସମଗ୍ର ରାଜ୍ଯରେ କାର୍ଯ୍ଯ କରିଛନ୍ତି। ଏହା ସହ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଓ ସଂଗଠନର ପଦାଧିକାରୀ ଭାବରେ ନିଯୁକ୍ତ ହୋଇ ସୁଚାରୁ ରୂପେ ନିଜର କାର୍ଯ୍ଯଦକ୍ଷତା ପ୍ରତିପାଦନ କରିଛନ୍ତି। ଏହି ନିଯିକ୍ତି ପରେ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶ କାର୍ଯ୍ଯକ୍ରମରେ ଆସୁଥୁବା ପ୍ରତିଟିଲକେନ୍ଦ୍ରୀୟ ଯୋଜନା କିପରି ତୃଣମୂଳ ସ୍ତରରେ ଶତପ୍ରତିଶତ ସଫଳ ହେବ ସେ‌ଦିଗରେ କାର୍ଯ୍ଯ କରିବେ ବୋଲି କହିଛନ୍ତି। ଏହି ପଦବୀ ପ୍ରଦାନ କରି ଅଖିଳ ଭାରତୀୟ ଜନକଲ୍ଯାଣକାରୀ ପରିଷଦ ଅଧ୍ଯକ୍ଷ ଜୟଘୋଷ ମହାରାଜ ସମେତ ସମସ୍ତ ପଦାଧିକାରୀ ଏବଂ ରାଜ୍ଯ ସ୍ତରୀୟ ବରିଷ୍ଠ ଭାଜପା ନେତୃବୃନ୍ଦ ଓ ସଂଗଠକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଖୁବ୍ ଶୀଘ୍ର ଓଡିଶା ପ୍ରଦେଶ ଟିମ୍ ଗଠନ କରି ଉଦ୍ଦେଶ୍ଯ ପୂରଣ ଦିଗରେ କାର୍ଯ୍ଯ କରିବେ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here