ବାଲିପଦରରେ ମାସ୍କ ବଣ୍ଟନ ଓ ଆର୍ଥିକ ସହାୟତା ପ୍ରଦାନ

0
265

ବୁଗୁଡା (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ବଣିକ ସଙ୍ଘ ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ଏବଂ ବଳରାମ ଫିଲିଙ୍ଗ ଷ୍ଟେସନ ଓ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ପକ୍ଷରୁ ବାଲିପଦର ପାଞ୍ଚାୟତ ରେ ମଇ ୧୮ ଓ ୧୯ ତାରିଖ ଦୁଇଦିନ ଧରି ସମସ୍ତଙ୍କୁ ମାସ୍କ ବଣ୍ଟନ ସହ ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଦ୍ଵାରା ଆୟୋଜିତ ଏହି ମହତ କାର୍ଯ୍ୟକ୍ରମକୁ ମଇ ୧୮ ତାରିଖ ଦିନ ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବାଲିପଦର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ କୁମାର ମିଶ୍ର, ବାଲିପଦର ଓଆଇସି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ସମାଜସେବୀ ଖଲି ପରିଡା ପ୍ରମୁଖ ଯୋଗ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ଓ ରାସ୍ତାରେ ଯାଉଥିବା ବ୍ୟକ୍ତି ମାନଙ୍କୁ ମାସ୍କ ବଣ୍ଟନ ସହ କରୋନା ସଂକ୍ରମଣ ବିଷୟରେ ସଚେତନ କରାଯାଉଥିଲା। ଏହି ଅବସରରେ ଭିନ୍ନକ୍ଷମ କଳାକାର ମାନଙ୍କୁ ମାସ୍କ ଓ ବିଭିନ୍ନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିପଦର ଗ୍ରାମର ଶଙ୍କର ରାଓ, ଜି.ସଞ୍ଜୀବ ପାତ୍ର, ଇ.ବାଳକୃଷ୍ଣ ଦୋରା, ଉମା ଶଙ୍କର ନାୟକ, ନାରାୟଣ ସାମନ୍ତରା ପ୍ରମୁଖ ସହଯୋଗ କରିଥିଲେ। ଇଞ୍ଜିନିୟର ଶ୍ରୀ ନାୟକଙ୍କ ଏହିପ୍ରକାର କରୋନା ସଚେତନତା ଓ ଆର୍ଥିକ ସହାୟତା କାର୍ଯ୍ୟକ୍ରମକୁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here