ଅମାନିଆ ବ୍ୟବସାୟୀର ମିଠା ଦୋକାନ ସିଲ୍

0
352

ପୋଲସରା(ଅନୀଲ କୁମାର ମହାରଣା)ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ବଢ଼ିବାରେ ଲାଗିଛି କରୋନା ପଜେଟିଭ୍ ସଂଖ୍ୟା । କେବଳ ପୋଲସରା ନୁହେଁ ସାରା ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ହୁ ହୁ ବଢ଼ୁଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ୨୭ ତାରିଖ ଦିନ ସନ୍ଧ୍ୟାରେ ଭିଡ଼ିଓ କନଫେରନସ ଜରୀଆରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରସଂସ୍ଥା ପ୍ରଶାସକଙ୍କ ସହ ଆଲୋଚନା ବେଳେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଏପରିକି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ ବଜାର ସାହିର ଏକ ଅମାନିଆ ମିଠା ଦୋକାନୀ ରବିନ୍ଦ୍ର ସାହୁ କୋଭିଡ ଆଇନକୁ ଖୋଲା ଖୋଲି ଉଲଘଂନ କରି ସାମାଜିକ ଦୂରତ୍ୱକୁ ଭୃକ୍ଷେପ ନକରି ଲୋକଙ୍କୁ ମିଠା ବିକ୍ରି କରୁଥିବା ପ୍ରଶାସନର ଦୃଷ୍ଟି କୁ ଆସିଥିଲା । ଯାହା ଦ୍ୱାରା ସ୍ଥାନୀୟ ପ୍ରଶାସକ ଅତିରିକ୍ତ ତହସିଲଦାର ସୋହୋନ କୁମାର ବେହେରା ମିଠା ଦୋକାନକୁ ସିଲ୍ କରିଥିଲେ।

LEAVE A REPLY

Please enter your comment!
Please enter your name here