ସାମ୍ବାଦିକ ସ୍ୱର୍ଗତ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

0
432

ବ୍ରହ୍ମପୁର () ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ବିୟୋଗରେ ଆଜି ଦିବା ୧୧ଘଣ୍ଟା ସମୟରେ ରଣ୍ଢା ମୁକ୍ତେଶ୍ଵର ମନ୍ଦିର ଠାରେ ରଙ୍ଗେଇଲୁଣ୍ଡା ପ୍ରେସ୍ କ୍ଲବର ସାମ୍ବାଦିକମାନଙ୍କ ତରଫରୁ ଶୋକ ସଭା ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ରଙ୍ଗେଇଲୁଣ୍ଡା ପ୍ରେସ୍ କ୍ଲବର ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱର୍ଗତ ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଦୈନିକ ପ୍ରତିଦିନ, ଓଡିଶା ଭାସ୍କର କଳିଙ୍ଗ ଦର୍ପଣ ଆଦି ବିଭିନ୍ନ ଖବରକାଗଜରେ ଦୀର୍ଘ ୨୦ ବର୍ଷର କର୍ମମୟ ସାମ୍ବାଦିକତା ଜୀବନ ଉପରେ ଆଲୋକପାତ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ସ୍ୱର୍ଗତ ବିଷ୍ଣୁ ପ୍ରସାଦ ପାତ୍ର ଅଞ୍ଚଳର ଖବର ସଂଗ୍ରହ ଓ ଖବର ପରିବେଷଣ ସମୟରେ କରୋନାରେ ଆକ୍ରାନ୍ତ ହୋଇ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱର୍ଗାରୋହଣ କରିଛନ୍ତି । ତେଣୁ ତାଙ୍କ ପରିବାରର ରକ୍ଷଣାବେକ୍ଷଣ ଓ ଜୀବନ ଜୀବିକା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥୀକ ସହାୟତା ଘୋଷଣା ପାଇଁ ଦୃଢ ଦାବି କରାଯାଇଥିଲା ।
କରୋନା ଯୋଦ୍ଧା ଭାବେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ସରକାରୀ ଭାବେ ଘୋଷଣା ହୋଇଛି । ଏହାକୁ ପ୍ରଦାନ କରାଯାଉ ବୋଲି ସାମ୍ବାଦିକମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି । ପ୍ରାରମ୍ଭରେ ସ୍ୱର୍ଗତ ସାମ୍ବାଦିକ ବିଷ୍ଣୁଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର ସାହୁ, ଦିଲ୍ଲୀପ କୁମାର ସାହୁ, ରାଜୀବ ଲୋଚନ ମାଶ୍ର,ସୁଦର୍ଶନ ରାଉଳ,ଟୁଟୁ ମହାପାତ୍ର, ଅନନ୍ତ ମହାନ୍ତି,ଧର୍ମେନ୍ଦ୍ର ରାଉଳ,ମୁନା ପଟ୍ଟନାୟକ, ନବୀନ ଆଚାରୀ,କିରଣ କୁମାର ମିଶ୍ର,ସଞ୍ଜୟ କୁମାର ଦାସ, ପ୍ରଶାନ୍ତ କୁମାର,ଅନନ୍ତ ଆପଟ,କୃଷ୍ଣ ଚନ୍ଦ୍ର ପାଳ,ଦଣ୍ଡ ପାଣିଗ୍ରାହୀ, ଜହନ ସାହୁ,କାଳୁ , ସୁନିଲ ରାଓ,ହୃଷିକେଶ ପଣ୍ଡା ପ୍ରମୁଖ ବ୍ଳକ ସ୍ତରୀୟ ସାମ୍ବାଦିକମାନେ ସାମାଜିକ ଦୁରତାକୁ ରକ୍ଷା କରି ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ହଳଦିଆପଦର ସରପଞ୍ଚ ରାଜଶ୍ରୀ ଦୋରା, ସମାଜସେବୀ ମନ୍ମଥ ପାଣିଗ୍ରାହୀ, ଶ୍ରୀକ୍ରିଷ୍ଣା ହୋଟେଲର ମାଲିକ କାଳୁ ସାବତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଷ୍ଣ ପାତ୍ରଙ୍କ ପରିବାରଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ରଙ୍ଗେଇଲୁଣ୍ଡା ପ୍ରେସ୍ କ୍ଲବ ତରଫରୁ ମଧ୍ୟ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାମ୍ବାଦିକ ମାନେ ସ୍ଥିର କରିଛନ୍ତି

LEAVE A REPLY

Please enter your comment!
Please enter your name here