ଦ୍ୱାଦଶ ଦିବସରେ ଅଶ୍ରୁଳ ଶ୍ରଧାଞ୍ଜଳି

0
538

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଗତ ମଇ ୨୩ ତାରିଖ ରବିବାର ଦିନ ଅସୁସ୍ଥତା ଯୋଗୁଁ ନିଜ ବାସଗୃହରେ ଇହଲୀଳା ତ୍ୟାଗ କରିଥିଲେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାମଲ । ସେ ଜଣେ ଧର୍ମ ପରାୟଣ,ନ୍ୟାୟାବନ୍ତ ତଥା ଅବସରପ୍ରାପ୍ତ ସାଉଥକୋ କର୍ମଚାରୀ ଥିଲେ। ସେ ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ତାଙ୍କର ଧର୍ମପତ୍ନୀ, ପୁତ୍ର ଓ ପୁତ୍ରବଧୁ, ତିନି ଝିଅ ଓ ଜ୍ବାଇଁ ତଥା ନାତିନାତୁଣୀ ଉପସ୍ଥିତ ଥିଲେ । ସ୍ବର୍ଗତ ପ୍ରକାଶ ଚନ୍ଦ୍ର ସାମଲଙ୍କ ଦ୍ୱାଦଶ କ୍ରିୟା ତାଙ୍କର ବ୍ରହ୍ମପୁର ସ୍ଥିତ ଲକ୍ଷ୍ମୀ ନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱାଦଶ କାର୍ଯ୍ୟ ନୀତି ନିୟମ ଅନୁଯାୟୀ ତାଙ୍କର ପୁତ୍ର ଓ ପୁତ୍ରବଧୁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କରୋନା ନିୟମାବଳୀ ଅନୁଯାୟୀ ଘରର ସଦସ୍ୟ ଓ ସ୍ୱଳ୍ପ ବନ୍ଧୁ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି ପ୍ରାଥନା କରିଥିଲେ ।

ପ୍ରଣୟ ପଣ୍ଡା

LEAVE A REPLY

Please enter your comment!
Please enter your name here