ଧର୍ମପରାୟଣ ମହିଳାଙ୍କ ପରଲୋକ ଗମନ

0
226

ବୁଗୁଡା : ବୁଗୁଡା ଅନ୍ନପୂର୍ଣ୍ଣା ନଗରୀ ନିବାସୀ ସୀମାଞ୍ଚଳ ପଣ୍ଡାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ଶ୍ରୀମତୀ ପଣ୍ଡା କିଛି ଦିନ ହେଲା ଅସୁସ୍ଥ ହୋଇ ଭୁବନେଶ୍ବର ସମ ହସପିଟାଲରେ ଚିକିତ୍ସା ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀ ଦେବୀଙ୍କ ଦେହାନ୍ତ ହୋଇଥିଲା। ଡାକ୍ତର ମୃତ୍ୟୁ ଘୋଷଣା କଲାପରେ ମର ଶରୀରକୁ ବୁଗୁଡା ବାସଭବନକୁ ଅଣାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ସୀମାଞ୍ଚଳ ପଣ୍ଡା, ଦୁଇ ପୁତ୍ର ସୁଶାନ୍ତ ଓ ସୁକାନ୍ତ ଏବଂ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ସ୍ବର୍ଗତ ଲକ୍ଷ୍ମୀ ପଣ୍ଡା ଜଣେ ଧର୍ମ ପରାୟଣ ମହିଳା ଥିଲେ। ସ୍ବର୍ଗତ ଲକ୍ଷ୍ମୀ ଦେବୀଙ୍କ ମର ଶରୀରକୁ ପୁରୀ ସ୍ଵର୍ଗଦ୍ଵାରରେ ସଂସ୍କାର କରାଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here