ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ସହ ଅଭିଯୁକ୍ତ ଗିରଫ

0
228

ଭଞ୍ଜନଗର : ମୋପେଡ ଗାଡିରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ନେଇ ଯାଉଥିବା ବେଳେ ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ସହ ୧୨ ଲିଟର ରୁ ଉର୍ଦ୍ଧ୍ବ ମଦ ଜବତ କରିଛି। ତାରାସିଙ୍ଗି ଥାନା ଅଧୀନ ଗାୟାଗଣ୍ଡା ଗ୍ରାମର ଶିବ ଶଙ୍କର ସାହୁ(୩୭) ନିଜ ମୋପେଡ ଗାଡିରେ ବିଦେଶୀ ମଦ ଧରି ଗାୟାଗଣ୍ଡା ଆସୁଥିବା ବେଳେ ପୋଲିସ ଖବର ପାଇ ବାରଦଣ୍ଡା ରାସ୍ତାରେ ଶିବ ଶଙ୍କର କୁ ଅଟକ ରଖି ତଲାସୀ ନେଇଥିଲା। ତା ନିକଟରୁ ବିଭିନ୍ନ ବ୍ରାଣ୍ଡର ୧୨ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ ହୋଇଛି। ଏ ନେଇ ୪୦୧/୨୨ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ପ୍ରକାଶ କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here